ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଲିଉଡର ମହାନାୟକ ଅମିତାଭ ବଚ୍ଚନଙ୍କ ବିବାହକୁ ୪୬ ବର୍ଷ ପୂରିଲାଣି। ହେଲେ ଏବେବି ପତ୍ନୀ ଜୟା ବଚ୍ଚନଙ୍କ ସହ ତାଙ୍କର ଝଗଡ଼ା ହେଉଛି। କେଉଁ ପ୍ରସଙ୍ଗକୁ ନେଇ ଝଗଡ଼ା ହେଉଛି ତାହା ଆପଣ ବି ଜାଣିଲେ ଆଶ୍ଚର୍ଯ୍ୟ ହେବେ।

ନିକଟରେ କୌନ ବନେଗା କରୋଡ ପତିରେ ସୋ’ର ଏକ ଏପିସୋଡରେ ଅମିତାଭ ନିଜେ ଏହାର ଖୁଲାସା କରିଛନ୍ତି। ସୋ’ରେ ଜଣେ ପ୍ରତିଯୋଗୀଙ୍କ ଆଗରେ ଏକଥା କହିଛନ୍ତି ଅମିତାଭ। ବିବାହ ତାରିଖ ଯଦି କେବେ ଅମିତାଭ ଭୁଲି ଯାଆନ୍ତି ତେବେ ପତ୍ନୀ ଜୟା ବଚ୍ଚନ ତାଙ୍କୁ ଗାଳି ଦିଅନ୍ତି ଏବଂ ଝଗଡ଼ା କରନ୍ତି ବୋଲି ସେ କହିଛନ୍ତି।

ତେବେ ଏହା ପ୍ରଥମ ଥର ନୁହେଁପୂର୍ବରୁ ମଧ୍ୟ ସୋ’ରେ ଅନେକ ଥର ଅମିତାଭ ନିଜ ବ୍ୟକ୍ତିଗତ ଜୀବନ ସଂପର୍କରେ ଆଲୋଚନା କରୁଥିବା ଦେଖିବାକୁ ମିଳିଛି।

Comment