ଓଡ଼ିଶାଲାଇଭ ବ୍ୟୁରୋ

ନୂଆ ଟ୍ରାଫିକ ନିୟମ ଲାଗୁ ହେବା ପରେ ଏବେ ଆକ୍ସନ ମୋଡ଼ରେ ଆରଟିଓ ଓ ଟ୍ରାଫିକ ପୋଲିସ। ତେବେ ଏହି ନିୟମରୁ ବାଦ ପଡ଼ିନାହିଁ ସରକାରୀ ଗାଡ଼ି। ଦୁଇଟି ନିୟମ ଉଲ୍ଲଘଂନ କରିବାରୁ ବିଏମସିର ଏନଫୋର୍ସମେଣ୍ଟ ସ୍କ୍ଵାର୍ଡଠାରୁ ୧୫ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି।

ଭୁବନେଶ୍ଵର ନାଲକୋଛକଠାରେ ଆଜି ସକାଳୁ ଜୋରଦାର ଚେକିଂ ଚାଲିଥିଲା ବେଳେ ବିଏମସିର ଗୁଡ୍ସ କ୍ୟାରିଅର ଗାଡ଼ି ଧରା ପଡ଼ିଥିଲା। ଗାଡ଼ିର ଡାଲାରେ କର୍ମଚାରୀଙ୍କୁ ନେବାରୁ ୫ ହଜାର ଟଙ୍କା। ଗାଡ଼ିର ପରମିଟ ନଥିବାରୁ ୧୦ ହଜାର ଜରିମାନା ଆଦାୟ କରାଯାଇଛି।

ତେବେ ସରକାରଙ୍କ ନିୟମକୁ ନିଜେ ସରକାରୀ ଗାଡ଼ି ଉଲ୍ଲଘଂନ କରିବା ଆଶ୍ଚର୍ଯ୍ୟ କଥା। ତେବେ ଏଠାରେ ପ୍ରଶ୍ନ ଉଠୁଛି ସରକାରୀ ଗାଡ଼ିରେ ପରମିଟ କାହିଁକି ନାହିଁ? ଏହି ଫାଇନ କାହାଠୁ ଆଦାୟ କରାଯିବ? ବିଏମସି କମିସନର ଦେବେ, ଡ୍ରାଇଭରଠୁ ଆଦାୟ କରାଯିବ ନା ସରକାରୀ ପାଣ୍ଠିର ଯିବ?

Comment