ଓଡ଼ିଶାଲାଇଭ୍ ବ୍ୟୁରୋ

ପୁରୀରେ ୭୫ ମିଟର ଉଚ୍ଛେଦକୁ ଜୋରଦାର ବିରୋଧ ହେବା ପରେ ରାଜ୍ୟ ସରକାର ବଡ଼ ଘୋଷଣା କରିଛନ୍ତି। ବିସ୍ଥାପିତ ପରିବାରଙ୍କ ପାଇଁ ପୁରୀରେ ୬୦୦ ଘର ନିର୍ମାଣ ହେବ। ଏଥିପାଇଁ ୯୫ କୋଟି ଟଙ୍କା ଖର୍ଚ୍ଚ ହେବ।

ଶ୍ରୀମନ୍ଦିରରୁ ଦେଢ଼ କିଲୋମିଟର ଭିତରେ ଏହି ଘର ନିର୍ମାଣ ହେବ। ପ୍ରତି ଘର ୫୨୦ ସ୍କୋୟାର ଫୁଟ ଭିତରେ ନିର୍ମାଣ ହେବ।

ରଘୁନନ୍ଦନ ପାଠାଗାରକୁ ବିଶ୍ୱସ୍ତରୀୟ କରିବା ପାଇଁ ସରକାର ଘୋଷଣା କରିଛନ୍ତି। ଏଥିପାଇଁ ୨୫ କୋଟି ଟଙ୍କା ବ୍ୟୟବରାଦ କରାଯିବ। ଏମାର ମଠ ଜମିର କିଛି ଅଂଶରେ ହିଁ ପାଠାଗାର ନିର୍ମାଣ କରାଯିବ। ପାଠାଗାର ୩ ମହଲା ବିଶିଷ୍ଟ ହେବ।

ଜଗନ୍ନାଥ ସଂସ୍କୃତି ଉପରେ ଗବେଷଣା କରିବା ପାଇଁ ଏହି ପାଠାଗାରରେ ସୁବିଧା ରହିବ।

ମେଘନାଦ ପାଚେରୀ ଚାରିପଟୁ ଯେଉଁ ୭୫ ମିଟର ଉଚ୍ଛେଦ ଚାଲିଛି ସେଥିମଧ୍ୟରୁ ୧୫ ମିଟର ଅଞ୍ଚଳରେ ରାସ୍ତା ନିର୍ମାଣ ହେବ। ବାକି ୬୦ ମିଟର ଅଞ୍ଚଳର ପୁନର୍ବିନ୍ୟାସ କରାଯିବ। ପୁନର୍ବିନ୍ୟାସ ପାଇଁ ସରକାର ଏକ ବିଶେଷଜ୍ଞ ଟିମ୍‌ ଗଠନ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ଜଗନ୍ନାଥ ସଂସ୍କୃତି, ଶ୍ରୀମନ୍ଦିରର କଳା ଓ ଭାସ୍କର୍ଯ୍ୟ, ଇତିହାସ ଏବଂ ଜଗନ୍ନାଥ ସଂସ୍କୃତି ସହ ଜଡ଼ିତ ବୃକ୍ଷ ଲତାକୁ ଭିତ୍ତି କରି ଏହି ପୁନର୍ବିନ୍ୟାସ କାର୍ଯ୍ୟକ୍ରମ ହେବ।

Comment