ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତ ଇତିହାସ ରଚିବାକୁ ଯାଉଛି। ଚନ୍ଦ୍ରଯାନ-୨ ଆଉ କିଛି ସମୟ ପରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ। ଚନ୍ଦ୍ରଯାନ-୨ କେମିତି ଲାଣ୍ଡିଂ କରୁଛି ତାର ସିଧାପ୍ରସାରଣ ଦେଖିବା ପାଇଁ ଲୋକଙ୍କ ଭିଡ଼ ଲାଗିଛି। ଦେଶ ତଥା ବିଦେଶରୁ ପ୍ରାୟ ୩୦୦ ମିଡିଆ ଇସ୍ରୋରେ ପହଞ୍ଚିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇସ୍ରୋରେ ଚନ୍ଦ୍ରଯାନ-୨ର ଲାଣ୍ଡିଂ ଦେଖିବାକୁ ଆସିବେ। ଏଥିପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଇସ୍ରୋ ସେଣ୍ଟରଠାରୁ ପ୍ରାୟ ୨ କିଲୋମିଟର ପର୍ଯ୍ୟନ୍ତ ୧୦୦୦ ସୁରକ୍ଷା କର୍ମୀଙ୍କୁ ନିୟୋଜିତ କରାଯାଇଛି।

ଚନ୍ଦ୍ରଯାନ-୨ର ସିଧାପ୍ରସାରଣ ଦେଖାଇବା ପାଇଁ ଇସ୍ରୋ ପକ୍ଷରୁ ପ୍ରସ୍ତୁତି ଶେଷ ହୋଇଛି। ସିଧାପ୍ରସାରଣ ପାଇଁ ଜର୍ମାନ ଟେକ୍ନୋଲୋଜିର ସ୍କ୍ରିନ ଲଗାଯାଇଛି। ଏହି ସ୍କ୍ରିନରୁ ସ୍ଥାନୀୟ ଲୋକେ ଏବଂ ମିଡିଆ ଚନ୍ଦ୍ରାଯାନ-୨ ଲାଣ୍ଡିଂର ଅପଡେଟ୍‌ ଖବର ନେଇପାରିବେ।

ଶୁକ୍ରବାର ରାତି ସାଢ଼େ ୧ଟାରୁ ସାଢ଼େ ୨ଟା ଭିତରେ ଚନ୍ଦ୍ରଯାନ-୨ ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁରେ ଅବତରଣ କରିବ। ଏହି ମିଶନ ପୂରା ସଫଳ ହେବ ବୋଲି ଇସ୍ରୋ ଆଶାବାଦୀ ଅଛି। ଚନ୍ଦ୍ର ପୃଷ୍ଠର ଦକ୍ଷିଣ ମେରୁରେ ଚନ୍ଦ୍ରଯାନ-୨ ଲାଣ୍ଡିଂ କରିବାରେ ଭାରତ ହେଉଛି ପ୍ରଥମ ଦେଶ।

Comment