ଓଡ଼ିଶାଲାଇଭ୍ ବ୍ୟୁରୋ

ଲେମ୍ବୁ ପାଣି ପିଇଲେ ଓଜନ କମିବା ସହ ଗ୍ୟାସ୍ ସମସ୍ୟା ଦୂର ହୋଇଥାଏ। କିନ୍ତୁ ଅତ୍ୟଧିକ ଲେମ୍ବୁ ପାଣି ପିଇବା ସ୍ୱାସ୍ଥ୍ୟ ପାଇଁ ହୋଇପାରେ କ୍ଷତିକାରକ। ଏହା ବିଭିନ୍ନ ପ୍ରକାର ଶାରିରୀକ ସମସ୍ୟାର କାରଣ ହୋଇପାରେ ବୋଲି ଗବେଷଣାରୁ ଜାଣିବାକୁ ମିଳିଛି। ଦିନକୁ ୨ ଥର ଲେମ୍ବୁ ପାଣି ପିଉଥିବା ବ୍ୟକ୍ତିର ସ୍ୱାସ୍ଥ୍ୟ ଠିକ୍ ଥିବା ବେଳେ ୪ରୁ ୫ ଥର ଲେମ୍ବୁ ପାଣି ପିଇବା ବ୍ୟକ୍ତି ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇଥା’ନ୍ତି।

ଦାନ୍ତ ସମସ୍ୟା ଥିବା ବ୍ୟକ୍ତି ଲେମ୍ବୁ ପାଣି ପିଇବା ଉଚିତ ନୁହେଁ। ଲେମ୍ବୁ ରସରେ ସାଇଟ୍ରିକ୍ ଏସିଡ୍ ବା ଅମ୍ଲ ପରିମାଣ ଅଧିକ ଥାଏ। ଏହା ଦାନ୍ତର ଏନାମେଲ୍‌କୁ ନଷ୍ଟ କରି ଦେଇଥାଏ। ତେଣୁ ଲେମ୍ବୁ ପାଣି ପିଇବା ପରେ ତୁରନ୍ତ ଦାନ୍ତ ଘଷନ୍ତୁ ନାହିଁ।

ଦୁଇ ଥରରୁ ବେଶୀ ଲେମ୍ବୁ ପାଣି ପିଇଲେ ବୃକ୍‌କ ଓ ଯକୃତ ଉପରେ ଖରାପ ପ୍ରଭାବ ପଡ଼େ।

ପାଚନକ୍ରିୟା ଉପରେ ଖରାପ ପକାଇ ପାରେ ଅତ୍ୟଧିକ ଲେମ୍ବୁ ପାଣି।

ବାରମ୍ବାର ପରିଶ୍ରା ଲାଗେ।

ଅତ୍ୟଧିକ ଥଣ୍ଡା ବା ଅତ୍ୟଧିକ ଗରମ ଲେମ୍ବୁ ପାଣି ପିଇବା କ୍ଷତିକାରକ। ସବୁବେଳେ ନଖ ଉଷୁମ ପାଣିରେ ଲେମ୍ବୁ ମିଶାଇ ପିଅନ୍ତୁ।

ଅମ୍ଲଯୁକ୍ତ ଲେମ୍ବୁ ପାଣି ଅଲସର ରୋଗୀଙ୍କ ପାଇଁ ହାନିକାରକ।

ଗ୍ୟାଷ୍ଟ୍ରିକ୍ ସମସ୍ୟା, ଛାତି ପୋଡ଼ିବା ଆଦି ଥିଲେ ଲେମ୍ବୁ ପାଣି ପିଅନ୍ତୁ ନାହିଁ।

Comment