ଓଡ଼ିଶାଲାଇଭ୍‌ ବ୍ୟୁରୋ

ଚନ୍ଦ୍ରଯାନ ୨ର ଅବତରଣକୁ ନେଇ ଅପେକ୍ଷାରେ ଥିଲା ସାରାବିଶ୍ୱ। ଶୁକ୍ରବାର ମଧ୍ୟ ରାତିରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିଥାନ୍ତା ଚନ୍ଦ୍ରଯାନ ୨। ମାତ୍ର ଶେଷ ମୁହୂର୍ତ୍ତରେ ଚନ୍ଦ୍ରପୃଷ୍ଠରିୁ ୨.୧ କିଲୋମିଟର ଦୂରତାରେ ଇସ୍ରୋ ବୈଜ୍ଞାନିକଙ୍କ ସହ ଲାଣ୍ଡରର ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା। ଫଳରେ ସାରାଦେଶକୁ ନିରାଶ ହେବାକୁ ପଡ଼ିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରାଷ୍ଟ୍ରପତି, ଗୃହମନ୍ତ୍ରୀ, ଅର୍ଥମନ୍ତ୍ରୀ ଆଦି ପ୍ରମୁଖ ଇସ୍ରୋ ବୈଜ୍ଞାନିକଙ୍କ ମନୋବଳ ବଢ଼ାଇଛନ୍ତି।

ହେଲେ ଆପଣ ଜାଣିଛନ୍ତି କି ଚନ୍ଦ୍ରର ଦକ୍ଷିଣମେରୁରେ  ଚନ୍ଦ୍ରଯାନ ୨କୁ ଅବତରଣ କରିବା ପାଇଁ କାହିଁକି ବାଛିଥିଲା ଇସ୍ରୋ?

ଚନ୍ଦ୍ରର ଦକ୍ଷିଣ ମେରୁ ଅଞ୍ଚଳରେ ଚନ୍ଦ୍ରଯାନ-୨ ଅବତରଣ କରିବା ପଛରେ ଅନେକ କାରଣ ରହିଛି। ବୈଜ୍ଞାନିକଙ୍କ ମତରେ ଚନ୍ଦ୍ରର ଦକ୍ଷିଣ ମେରୁ ଅଞ୍ଚଳରେ ପ୍ରାୟ ୧୦୦ ମିଲିଅନ୍‌ ଟନ୍‌ ଜଳ ଥିବା ସମ୍ଭାବନା‌ ରହିଛି। ଖାସ କରି ଦକ୍ଷିଣ ମେରୁ ଅଞ୍ଚଳର ଘନ ଅନ୍ଧକାର ଅଞ୍ଚଳରେ ଜଳ ଥିବା ସମ୍ଭାବନା ରହିଛି। ଏଠାରେ ଜଳ ଏବଂ ବିପୁଳ ପରିମାଣରେ ଖଣିଜ ପଦାର୍ଥ ଥିବା ଆଶା କରାଯାଉଛି।

ଦକ୍ଷିଣ ମେରୁରେ ଅବତରଣରେ ଇସ୍ରୋ ସଫଳ ହୋଇଥିଲେ ଚନ୍ଦ୍ର ସଂପର୍କରେ ଅନେକ ରହସ୍ୟ ଉନ୍ମୋଚିତ ହୋଇଥାନ୍ତା ଚନ୍ଦ୍ରର ଉତ୍ପତ୍ତି ଏବଂ ଏହାର କ୍ରମବିକାଶ ଦିଗ ଅଧ୍ୟୟନ କରିବା ଚନ୍ଦ୍ରଯାନ -୨ର ମୁଖ୍ୟ ଉଦ୍ଦେଶ୍ୟ ଥିଲା।

Comment