ଓଡ଼ିଶାଲାଇଭ ବ୍ୟୁରୋ

ମିଳିଲା ଲ୍ୟାଣ୍ଡର ବିକ୍ରମର ପତ୍ତା। ଏନେଇ ସୂଚନା ଦେଇଛନ୍ତି ଇସ୍ରୋର ଅଧ୍ୟକ୍ଷ କେ. ଶିବନ୍‌। ଅର୍ବିଟରୁ ମିଳିଥିବା ଫଟୋରୁ ବିକ୍ରମର ସୂଚନା ମିଳିଛି। ହେଲେ ବିକ୍ରମ ସହ ଏପର୍ଯ୍ୟନ୍ତ କୌଣସି ସଂପର୍କ ସ୍ଥାପନ କରାଯାଇ ପାରୁନି ବୋଲି ସୂଚନା ମିଳିଛି।

ଶୁକ୍ରବାର ବିଳମ୍ଵିତ ରାତିରେ ଚନ୍ଦ୍ରଯାନ-୨ର ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ରପୃଷ୍ଠରେ ଅବତରଣ କରିଥାନ୍ତା। ହେଲେ ତା ପୂର୍ବରୁ ସବୁ ଓଲଟପାଲଟ ହୋଇଯାଇଥିଲା। ଚନ୍ଦ୍ରପୃଷ୍ଠରୁ ମାତ୍ର ୨.୧ କିଲୋମିଟରେ ଦୂରରୁ ବିକ୍ରମ ସହ କୌଣସି ସଂପର୍କ ହୋଇ ପାରିନଥିଲା।

Comment