ଓଡ଼ିଶାଲାଇଭ ବ୍ୟୁରୋ

ଚନ୍ଦ୍ରପୃଷ୍ଠରେ ଲ୍ୟାଣ୍ଡର ବିକ୍ରମର ପତ୍ତା ମିଳି ସାରିଛି। ଅର୍ବିଟରୁ ମିଳିଥିବା ଫଟୋରୁ ବିକ୍ରମର ସୂଚନା ମିଳିଛି। ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ଲ୍ୟାଣ୍ଡର ବିକ୍ରମ ସହ କୌଣସି ସଂପର୍କ ହୋଇପାରିନାହିଁ। ଏନେଇ ଇସ୍ରୋ ଅଧ୍ୟକ୍ଷ କେ ଶିବନ କହିଛନ୍ତି, “ଲ୍ୟାଣ୍ଡର ବିକ୍ରମ ସହ ସଂପର୍କ ସ୍ଥାପନ ପାଇଁ ଆମର ପ୍ରୟାସ ଜାରି ରହିଛି। ବହୁତ ଜଲଦି ସଂପର୍କ ସ୍ଥାପନ ହେବ ବୋଲି ଆଶା କରୁଛୁ।”

ହେଲେ ବିଜ୍ଞାନ ମୁତାବିକ ଇସ୍ରୋ ବୈଜ୍ଞାନିକମାନଙ୍କ ହାତର ଆଉ ୧୨ ଦିନ ରହିଛି। ଯଦି ଏହି ୧୨ଦିନ ଭିତରେ ବିକ୍ରମ ସହ ଯୋଗଯୋଗ ନହୋଇ ପାରେ ତେବେ ବିକ୍ରମ ଅଚଳ ହୋଇଯିବ। କାରଣ ‘ବିକ୍ରମ’ ୧୪ଦିନ ପର୍ଯ୍ୟନ୍ତ ଚନ୍ଦ୍ର ପୃଷ୍ଠରେ ଜୀବିତ ରହି ପାରିବ। ଏହାପରଠୁ ବିକ୍ରମ ସହ ଆଉ ଯୋଗାଯୋଗ କରିବା ଅସମ୍ଭବ ହୋଇପଡ଼ିବ।

ତେବେ ବର୍ତ୍ତମାନ ସୁଦ୍ଧା ୧୪ ଦିନରୁ ୨ ଦିନ ଚାଲିଯାଇଛି। ଆଉ ବାକି ୧୨ଦିନ ମଧ୍ୟରେ ଇସ୍ରୋ ବିକ୍ରମ ଲ୍ୟାଣ୍ଡର ସହ ଯୋଗାଯୋଗ କରିବାକୁ ପ୍ରୟାସ ଜାରି ରଖିଛି।

ଏହାସହ ଡାଟାର ମଧ୍ୟ ଅନୁସନ୍ଧାନ ଜାରି ରହିଛି। ଚନ୍ଦ୍ରପୃଷ୍ଠରେ ୨.୧ କିଲୋମିଟରରୁ କାହିଁକି ନିଜ ଗତିପଥରୁ ବାହାରିଲା ବିକ୍ରମ। ତାହାର କାରଣ ଏହା ବି ହୋଇପାରେ କି ବିକ୍ରମ ସାଇଡରେ ଲାଗିଥିବା ଛୋଟଛୋଟ ଷ୍ଟେରିଙ୍ଗ ଅଚଳ ହୋଇଯିବା। ଯାହାଫଳରେ ବିକ୍ରମ ନିଜ ଗତି ପଥରୁ ବିଚ୍ୟୁତି ହୋଇଥିଲା।

Comment