ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଲିଉଡରେ ଏମିତି କିଛି ଗୀତ ଅଛି ଯାହା ଜହ୍ନର ସୁନ୍ଦରତା ଉପରେ ଲେଖା ହୋଇଛି। ସେହି ଗୀତ ସବୁ ଲୋକଙ୍କୁ ମଧ୍ୟ ଖୁବ୍‌ ପସନ୍ଦ ଆସିଛି। ବଲିଉଡରେ ଚାନ୍ଦକୁ ନେଇ ସବୁଠୁ ଅଧିକ ରୋମାଣ୍ଟିକ ନିର୍ମିତ ହୋଇଛି। କିଶୋର କୁମାରଙ୍କଠାରୁ ଆରମ୍ଭ କରି ବିଭିନ୍ନ ସିଙ୍ଗର ଏହି ଗୀତ ଗାଇଛନ୍ତି। ଆସନ୍ତୁ ଜାଣିବା ସେମିତି କିଛି ଗୀତ ସଂପର୍କରେ…

ଖୋୟା ଖୋୟା ଚାନ୍ଦ

 ୧୯୬୦ରେ ରିଲିଜ ହୋଇଥିବା କଳା ବଜାର ଫିଲ୍ମର ‘ଖୋୟା ଖୋୟା’ ଚାନ୍ଦକୁ ଆଜିବି ଲୋକ ମନେ ରଖିଛନ୍ତି। ଏହି ଗୀତର ଲୋକପ୍ରିୟତା ଏତେ ଯେ ବହୁ ପୁରୁଣା ହୋଇଥିଲେ ମଧ୍ୟ ଆଜି ବି ଲୋକ ଗୁଣୁ ଗୁଣୁ ହେଉଛନ୍ତି। ବିଶିଷ୍ଟ କଣ୍ଠଶିଳ୍ପୀ ମହମ୍ମଦ ରଫି ଏହି ଗୀତକୁ ଗାଇଥିଲେ।

ଚାନ୍ଦ ଛୁପା ବାଦଲ ମେ

‘ଚାନ୍ଦ ଛୁପା ବାଦଲ ମେ’ ବଲିଉଡର ସୁପରହିଟ ଗୀତମାନଙ୍କ ମଧ୍ୟରୁ ଗୋଟିଏ। ‘ହମ୍‌ ଦିଲ ଦେ ଚୁକେ ସନମ’ ଫିଲ୍ମଟି ଯେତିକି ସୁପରହିଟ ହୋଇଥିଲା ଏହି ଗୀତ ସେତିକି ଲୋକପ୍ରୀୟତା ହାସଲ କରିଥିଲେ। ସଲମାନ ଖାନ ଓ ଐଶ୍ୱର୍ଯ୍ୟା ରାୟଙ୍କୁ ଏହି ଗୀତରେ ଦେଖିବାକୁ ମିଳିଥିଲା। ଉଦିତ ନାରାୟଣ ଓ ଅଳକା ଅଗ୍ନି ଏହି ଗୀତ ଗାଇଥିଲେ।

ଚାନ୍ଦ ସିଫାରିଶ୍‌

୨୦୦୬ରେ ରିଲିଜ ହୋଇଥିବା ‘ଫନା’ ଫିଲ୍ମର ଏହି ଗୀତକୁ ବି ଦର୍ଶକ ଖୁବ୍‌ ପସନ୍ଦ କରିଥିଲେ। ଏହି ଗୀତରେ ଅଭିନେତ୍ରୀ କାଜଲ ଓ ଅଭିନେତା ଅମିର ଖାନଙ୍କୁ ଦେଖିବାକୁ ମିଳିଥିଲା। ସେହିପରି ‘ୟେ ରାତ ହୈ ଚାନ୍ଦନୀ’, ‘ମୈନେ ପୁଛା ଚାନ୍ଦ୍‌’ ସେ ଭଳି ଅନେକ ଗୀତ ରହିଛି।

Comment