ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଲିଉଡ ଅଭିନେତା ଆୟୁଷ୍ମାନ ଖୁରାନାଙ୍କୁ ତାଙ୍କ ଆଗାମୀ ଫିଲ୍ମରେ ଏକ ଭିନ୍ନ ଅବତାରରେ ଦେଖିବାକୁ ମିଳିବ। ଅପକମିଙ୍ଗ ବଲିଉଡ ଫିଲ୍ମ ଡ୍ରିମ୍ ଗାର୍ଲରେ ନିଜକୁ ଝିଅ ଚରିତ୍ରରେ ସଜେଇ ବଡ଼ ପରଦାରେ ଆସୁଛନ୍ତି ଆୟୁଷ୍ମାନ।

ଆସନ୍ତା ସେପ୍ଟେମ୍ବର ୧୩ରେ ରିଲିଜ୍ ହେଉଛି ବଲିଉଡ୍ ଫିଲ୍ମ ଡ୍ରିମ ଗାର୍ଲ। ଏହି ଫିଲ୍ମରେ ଆୟୁଷ୍ମାନ ଝିଅ ହୋଇ ସମସ୍ତଙ୍କ ଉପରେ ସମସ୍ତଙ୍କୁ ପ୍ରେମରେ ପକାଉଥିବା ଦର୍ଶକମାନେ ଦେଖିବାକୁ ପାଇବେ। ଏହି ଫିଲ୍ମରେ ଆୟୁଷ୍ମାନ ଫୋନ କରି ଝିଅ କଣ୍ଠରେ ଲୋକଙ୍କ ସହ କଥା ହୋଇ ସେମାନଙ୍କୁ ନିଜ ପ୍ରେମଜାଲରେ ପକାଉଛନ୍ତି।

ରାଜ୍ ସାନ୍ଦିଲିଆଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଫିଲ୍ମକୁ ପ୍ରଯୋଜନା କରିଛନ୍ତି ଶୋଭା କପୁର ଓ ଏକତା କପୁର। ଫିଲ୍ମ ଡ୍ରିମ୍ ଗାର୍ଲରେ ମୁଖ୍ୟ ଚରିତ୍ରରେ ଆୟୁଷ୍ମାନ ଖୁରାନା ରହିଥିବାବେଳେ ତାଙ୍କ ସହ ପାର୍ଟନର ସାଜିଛନ୍ତି ନୁସରତ ଭରୁଚା। ଏହି ଫିଲ୍ମରେ ଦର୍ଶକ ବିଜୟ ରାଜ, ଅନୁ କପୁର, ଅଭିନେତା ମନଜୋତ୍ ସିଂହ ବିଭିନ୍ନ ଭୂମିକାରେ ଦେଖିବାକୁ ପାଇବେ।

ୟୁଟ୍ୟୁବରେ ଏହାର ଟ୍ରେଲରକୁ ଦର୍ଶକ ବେଶ ପସନ୍ଦ କରୁଥିବା ଦେଖିବାକୁ ମିଳିଛି। ୟୁଟ୍ୟୁବରେ ଏହାର ଟ୍ରେଲରକୁ ବର୍ତ୍ତମାନ ସୁଦ୍ଧା ୨.୭ କୋଟି ଲୋକ ଦେଖିସାରିଥିବା ବେଳେ ଏହାକୁ ପାୟ ୬ ଲକ୍ଷ ଲାଇକ୍ ମିଳିଛି।

Comment