ଓଡ଼ିଶାଲାଇଭ୍‌ ବ୍ୟୁରୋ

ଇସ୍ରୋ ମୁଖ୍ୟ କେ ଶିଭନଙ୍କ କୌଣସି ସୋସିଆଲ ମିଡିଆ ଆକାଉଣ୍ଟ ନାହିଁ। ମିଛ ଖବରରୁ ବଞ୍ଚନ୍ତୁ।

ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର(ଇସ୍ରୋ) ମୁଖ୍ୟ କେ ଶିଭନଙ୍କ କୌଣସି ସୋମିଆଲ ମିଡିଆରେ ଆକାଉଣ୍ଟ ନାହିଁ। ସୋମବାର ଏନେଇ ଇସ୍ରୋ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇ ସୂଚନା ଦିଆଯାଇଛି।

ସୋସିଆଲ ମିଡିଆ ଖାସ୍‌ କରି ଟୁଇଟରରେ କେ ସିଭନ୍‌ଙ୍କ ନାଁରେ କିଛି ଆକାଉଣ୍ଟ ଥିବା ଦେଖିବାକୁ ମିଳିଛି। ଏସମସ୍ତ ହେଉଛି ଫେକ୍‌ ଆକାଉଣ୍ଟ।

ବର୍ତ୍ତମାନ ଦେଶର ସମସ୍ତଙ୍କ ନଜର ଚନ୍ଦ୍ରାୟନ-୨ ଉପରେ। ତେବେ ଚନ୍ଦ୍ରାୟନ-୨ ସମ୍ବନ୍ଧିତ ମିଛ ଖବରରୁ ବଞ୍ଚିବା ପାଇଁ ଇସ୍ରୋ ପକ୍ଷରୁ ଏହି ପ୍ରେସ୍‌ ବିଜ୍ଞପ୍ତିରେ ଜାରୀ କରାଯାଇ ଅପିଲ କରାଯାଇଛି।

Comment