ଓଡ଼ିଶାଲାଇଭ ବ୍ୟୁରୋ

ବର୍ତ୍ତମାନ ନୂଆ ମୋଟର ଯାନ ଆଇନ ଆସିବା ପରେ ଏବେ ସମସ୍ତଙ୍କ ମନରେ କୋକୁଆ ଭୟ ରହିଛି। ଟ୍ରାଫିକ ନିୟମ ଉଲ୍ଲଘଂନକାରୀଙ୍କ ବିରୁଦ୍ଧରେ ଏବେ ମୋଟାଙ୍କର ଚାଲାଣ କଟାଯାଉଛି ପୋଲିସ। ଏହାକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା। ଏହାସହ ଆଉ ଏକ ବିଷୟରେ ମଧ୍ୟ ଜୋରଦାର ଚର୍ଚ୍ଚା ଚାଲିଛି। ତାହା ହେଉଛି ଲ୍ୟାଣ୍ଡର ବିକ୍ରମ। ତେବେ ଏହି ଦୁଇଟି ଚର୍ଚ୍ଚିତ ବିଷୟକୁ ନେଇ ନାଗପୁର ପୋଲିସ ଏକ ମଜାଦାର ଟୁଇଟ କରିଛି।


ନାଗପୁର ପୋଲିସ ଟୁଇଟରେ ଲେଖିଛନ୍ତି, “ପ୍ରିୟର ବିକ୍ରମ। ଦୟା କରି ଜବାବ ଦିଏ। ତମେ ସିଗନାଲ କାଟିଦେଲ ବୋଲି ଆମେ ତମଠୁ ଚାଲାଣ କାଟିବୁ ନାହିଁ।”

ନାଗପୁର ପୋଲିସର ଏହି ଟୁଇଟ ପରେ ଅନେକ ସଂଖ୍ୟାରେ ୟୁଜର ଏହାକୁ ନେଇ କମେଣ୍ଟ ଦେଇଥିଲେ। ଜଣେ ୟୁଜର କମେଣ୍ଟରେ କହିଥିଲେ,’ଆମେ ଜାଣିଛୁ ନାଗପୁର ପୋଲିସ ଚନ୍ଦ୍ରରେ ଅଛି’। ଅନ୍ୟ ଜଣେ କହିଥିଲେ, ‘ନିୟମ ସମସ୍ତଙ୍କ ପାଇଁ ସମାନ’।

ଶନିବାର ବିଳମ୍ଵିତ ରାତିରେ ଚନ୍ଦ୍ର ପୃଷ୍ଠରେ ଲାଣ୍ଡର ବିକ୍ରମ ଅବତରଣ କରିବାର ଥିଲା। ହେଲେ ଏହା ପୂର୍ବରୁ ସେ ନିଜ ଗତିପଥରୁ ବିଚ୍ୟୁତି ହୋଇଯାଇଥିଲା। ଏହାପରେ ତା ସହ ସଂପର୍କ ହୋଇ ପାରିନଥିଲା।

ତେବେ ରବିବାର ପୁଣି ଲ୍ୟାଣ୍ଡର ବିକ୍ରମର ପତ୍ତା ପାଇଥିଲା ଇସ୍ରୋ। ଅର୍ବିଟରରୁ ଆସିଥିବା ଫଟୋ ପରେ ଏହା ସ୍ପଷ୍ଟ ହୋଇଥିଲା। ହେଲେ ଏପର୍ଯ୍ୟନ୍ତ ତା ସହ ଯୋଗଯୋଗ ହୋଇ ପାରିନାହିଁ।

Comment