ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ସୋସିଆଲ ମିଡିଆ ସେନ୍ସେସନ ରାନୁ ମଣ୍ଡଳଙ୍କୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା। କିଛି ଦିନ ପୂର୍ବେ ଷ୍ଟେସନରେ ଗୀତ ଗାଉଥିବା ରାନୁ ମଣ୍ଡଳଙ୍କୁ ବର୍ତ୍ତମାନ ସୋସିଆଲ ମିଡିଆରେ ସମସ୍ତେ ପସନ୍ଦ କରୁଛନ୍ତି।

ଗୀତଟି ଭାଇରାଲ ହେବାପରେ ବଲିଉଡ ସଂଗୀତ ନିର୍ଦ୍ଦେଶକ ହିମେଶ ରେସମିୟା ରାନୁ ମଣ୍ଡଳଙ୍କୁ ନିଜ ଫିଲ୍ମରେ ଗୀତ ଗାଇବାକୁ ଅଫର ଦେଇଥିଲେ। ଏହା ପରେ ରାତାରାତି ଷ୍ଟାର ପାଲଟିଯାଇଛନ୍ତି ରାନୁ ମଣ୍ଡଳ। ହିମେଶ୍‌ ତାଙ୍କ ଆଗାମୀ ଫିଲ୍ମ ‘ହାପି ହାର୍ଡି ଏଣ୍ଡ ହୀର’ରେ ତେରି ମେରି କାହାନୀ ଗୀତରେ ରାନୁ କଣ୍ଠଦାନ କରିଛନ୍ତି।

ନିକଟରେ ରାନୁ ମଣ୍ଡଳକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ବଲିଉଡ୍‌ ଅଭିନେତ୍ରୀ ରାକ୍ଷୀ ସାଓ୍ଵନ୍ତ ଚାହୁଁଛନ୍ତି କି ରାନୁ ତାଙ୍କ ପାଇଁ ବି ଗୀତ ଗାଆନ୍ତୁ। ରାନୁ ‘ଛପ୍ପନ ଛୁରୀ…’ ଗୀତର ରିମିକ୍ସ ଗାଆନ୍ତୁ ବୋଲି ରାକ୍ଷୀ ଇଚ୍ଛା ପ୍ରକାଶ କରିଛନ୍ତି। ଏଥିପାଇଁ ରାନୁ ମଣ୍ଡଳଙ୍କୁ ରାକ୍ଷୀ ପ୍ରଶଂସା କରିଛନ୍ତି।

ନିକଟରେ ରାକ୍ଷୀ ସାଓ୍ୱନ୍ତଙ୍କ ଭିଡିଓ ଛପନ୍‌ ଛୁରୀ ରିଲିଜ୍‌ ହୋଇଛି। ଯାହାର ପ୍ରମୋସନ୍‌ କରିବା ପାଇଁ ରାକ୍ଷୀ ବ୍ୟସ୍ତ ଅଛନ୍ତି।

LEAVE A REPLY

Please enter your comment!
Please enter your name here