ଓଡ଼ିଶାଲାଇଭ୍‌ ବ୍ୟୁରୋ

ସବୁଜ ପନିପରିବା କଥା ଆସିଲେ ପୋଟଳ ଲୋକମାନଙ୍କର ଖୁବ୍ ପ୍ରିୟ। ଏହାକୁ ତରକାରୀ ବା ଭଜା ଭାବେ ଖାଦ୍ୟରେ ବ୍ୟବହାର କରାଯାଏ। କିନ୍ତୁ ଆପଣ ଜାଣିଛନ୍ତି କି ପୋଟଳର ସ୍ୱାସ୍ଥ୍ୟ ପକ୍ଷେ ବହୁ ଉପକାରିତା ରହିଛି।

-ପୋଟଳରେ ଭିଟାମିନ୍ ଏ, ବି୧, ବି୨, ଭିଟାମିନ୍ ସି ପ୍ରଭୃତି ପ୍ରଚୁର ପରିମାଣରେ ରହିଥାଏ। ଏହା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ।

-ପୋଟଳ ତରକାରୀ ଖାଇବା ଦ୍ୱାରା ପେଟରେ ପାଣି ଜମା ହେବାର ସମସ୍ୟା ରହେ ନାହିଁ।

-ପୋଟଳ ପତ୍ରର ବରା କିମ୍ବା ତରକାରୀ ଖାଇବା ଦ୍ୱାରା ଶରୀରରେ ଶର୍କରାର ପରିମାଣ ନିୟନ୍ତ୍ରିତ ହୋଇ ରହେ।

-ପୋଟଳରେ ପ୍ରଚୁର ପରିମାଣର ପୋଟାସିୟମ, ମ୍ୟାଗ୍ନେସିୟମ୍, ଫସଫରସ ଏବଂ ଅନେକ ପୋଷକ ତତ୍ତ୍ୱ ରହିଥାଏ। ତେଣୁ ଏହା ରକ୍ତକୁ ପରିଷ୍କାର କରିବାରେ ସହାୟକ ହୁଏ।

-ପୋଟଳରେ ବହୁ ପରିମାଣରେ ଫାଇବର ରହିଥାଏ। ଯାହାଫଳରେ କି ପାଚନ କ୍ରିୟା ଭଲ ଭାବେ ହୁଏ। ପାଚନ ତନ୍ତ୍ର ମଜଭୁତ ହେବା ଯୋଗୁଁ ଗ୍ୟାଷ୍ଟ୍ରିକ୍ ସମସ୍ୟା, କୋଷ୍ଠକାଠିନ୍ୟତା ଦୂର ହୁଏ। ସେହିପରି ଚର୍ମ ସମ୍ବନ୍ଧୀୟ ରୋଗକୁ ମଧ୍ୟ ଏହା ଦୂର କରେ।

Comment