ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ
କିଛି ଦିନର ବ୍ୟବଧାନ ପରେ ବଲିଉଡକୁ ବାୟୋପିକ୍ ନେଇ ଫେରୁଛନ୍ତି ପ୍ରିୟଙ୍କା ଚୋପ୍ରା।
ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରାଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ‘ଦ ସ୍କାଇ ଇଜ୍ ଫିଙ୍କ’ର ଟ୍ରେଲର ଆଜି ରିଲିଜ୍ ହୋଇଛି।
ଫିଲ୍ମ ନିର୍ମାତା ସୋନାଲୀ ବୋଷଙ୍କ ଦ୍ୱାରା ନିର୍ମିତ ଏହି ଫିଲ୍ମଟି ୧୧ ଅକ୍ଟୋବରରେ ରିଲିଜ୍ ହେବ।
ଏହି ଫିଲ୍ମରେ ପ୍ରିୟଙ୍କା ଚୋପ୍ରାଙ୍କ ଚାରିଟି ଭିନ୍ନ ଭିନ୍ନ ଲୁକ୍ରେ ଦେଖିବାକୁ ମିଳିବ। ଏଥିରେ ପ୍ରିୟଙ୍କା ପ୍ରେରଣାଦାୟୀ ବାସ୍ତା ଓ ଲେଖିକା ଆୟେଶା ଚୌଧୁରୀଙ୍କ ମାଆ ଅଦିତି ଚୌଧୁରୀଙ୍କ ଭୂମିକାରେ ଅଭିନୟ କରିବେ। ସତ୍ୟ ଘଟଣା ଉପରେ ଅଧାରିତ ଏହି ଫିଲ୍ମରେ ଫରହାନ୍ ଅଖତର ନାୟକ ଭୂମିକାରେ ଅଛନ୍ତି।
ଆୟେଶା ଚୌଧୁରୀ ପୁଲ୍ମନେରି ଫାଇବ୍ରୋସିସ୍ ଭଳି ଏକ ଭୟାନକ ବ୍ୟାଧିରେ ପୀଡ଼ିତ ଥିଲେ। ମାତ୍ର ୧୩ ବର୍ଷ ବୟସରେ ସେ ‘ମାଇଁ ଲିଟିଲ୍ ଏଗିଫନିଜ୍’ ନାମକ ଏକ ପୁସ୍ତକ ଲେଖିଥିଲେ।
୨୦୧୫ରେ ରୋଗଗସ୍ତ୍ର ହୋଇ ଅୟେଶା ମୃତ୍ୟୁବରଣ କରିଥିଲେ। ଏହା ପରେ ତାଙ୍କ ମାଆ ଅଦିତି ଚୌଧୁରୀ ଆୟେଶାଙ୍କ କାହାଣୀ ସାରା ସଂସାରକୁ ଜଣାଇଲେ, ଆୟେଶା ଓ ଅଦିତିଙ୍କ ସଂଘର୍ଷକୁ ନେଇ ଏହି ଫିଲ୍ମ ନିର୍ମିତ ହୋଇଛି।
‘ଦ ସ୍କାଇ ଇଜ୍ ପିଙ୍କ୍’ ଜରିଆରେ ପ୍ରିୟଙ୍କା ଚୋପ୍ରା ପୁଣି ଫେରୁଛନ୍ତି। ରୋନି ସ୍କ୍ରୁୱାଲା ଓ ସିଦ୍ଧାର୍ଥ ରୟ କପୁର ଏହାର ନିର୍ମାତା। ତେବେ ଏହି ଫିଲ୍ମ ଜରିଆରେ ହିନ୍ଦୀ ସିନେମା ପ୍ରଯୋଜନା କ୍ଷେତ୍ରରେ ପାଦ ଦେଇଛନ୍ତି। ସେ ମଧ୍ୟ ‘ଦ ସ୍କାଇ ଇଜ୍ ପିଙ୍କ’ର ଅନ୍ୟତମ ପ୍ରଯୋଜିକା।
ପ୍ରିୟଙ୍କା ୨୦୧୫ରେ ନିଜର ପ୍ରଯୋଜନା ସଂସ୍ଥା ପର୍ପଲ ପିବଲ୍ ପିକଚର୍ସ (ପିପିପି)ର ପ୍ରତିଷ୍ଠା କରିଥିଲେ। ୨୦୧୬ରେ ପ୍ରିୟଙ୍କା ନିଜର ଏହି ବ୍ୟାନରରେ ଏକ କମେଡି ଡ୍ରାମା ମରାଠୀ ଫିଲ୍ମ ‘ଭେଣ୍ଟିଲେଟର୍’ର ପ୍ରଯୋଜନା କରିଥିଲେ। ଏହି ଫିଲ୍ମକୁ ମିଳିଛି ତିନିଟି ରାଷ୍ଟ୍ରୀୟ ପୁରସ୍କାର। ଖାଲି ସେତିକି ନୁହେଁ, ‘ଭେଣ୍ଟିଲେଟର୍’କୁ ୨୦୧୭ ଫିଲ୍ମଫେଆର୍ ମରାଠୀ ଆୱାର୍ଡସରେ ୫ଟି ପୁରସ୍କାର ମିଳିଥିଲା। ଏଥିମଧ୍ୟରେ ଶ୍ରେଷ୍ଠ ସିନେମା ବି ସାମିଲ୍ ଥିଲା।
୨୦୧୭ ଜାନୁଆରୀରେ ପ୍ରିୟଙ୍କା ଚୋପ୍ରାଙ୍କ ପ୍ରଯୋଜିତ ପଞ୍ଜାବି ଫିଲ୍ମ ‘ସରଭାନ୍’ ରିଲିଜ୍ ହୋଇଥିଲା। ତା’ପରେ ପ୍ରିୟଙ୍କା ନିଜ ଡ୍ୟାନ୍ସରେ ମରାଠୀ ଫିଲ୍ମ ‘କେରେ ରାସ୍କାଲା’କୁ ମଧ୍ୟ ଗତ ଜୁଲାଇ ମାସରେ ରିଲିଜ୍ କରିଛନ୍ତି। ଏହାଛଡ଼ା ପ୍ରିୟଙ୍କା ଚୋପ୍ରାଙ୍କ ପ୍ରଯୋଜିତ ଭୋଜପୁରି ସିନେମା ‘କାଶୀ ଅମରନାଥ’ ମଧ୍ୟ ରିଲିଜ୍ ହେଉଛି।
ଏହାସହ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ୨୦୧୬ରେ ବମ୍ ବମ୍ ବୋଲ ରହା ହେ କାଶୀ ଟାଇଟଲରେ ଏକ ଭୋଜପୁରି ସିକିମୀ ସିନେମା ପାହୁନା- ଦ ଲିଟିଲ୍ ଭିଜିଟର୍ସ, ଆସାମୀ ସିନେମା ଭୋଗା ଖିରିକି, ମରାଠୀ ସିନେମା ‘ଫାୟାର ବ୍ରାଣ୍ଡ୍’ ଓ ‘ପାନି’ ଆଦିର ମଧ୍ୟ ପ୍ରଯୋଜନା କରୁଛନ୍ତି।