ଓଡ଼ିଶାଲାଇଭ୍‌ ବ୍ୟୁରୋ

କଟକ ସିଡିଏ ସେକ୍ଟର ୧୩ରେ ପୋଲିସ୍‌ ଏନକାଉଣ୍ଟର କରିଛି। ଏଥିରେ ଦୁର୍ଦ୍ଦାନ୍ତ ଅପରାଧୀ ତଥା ଗ୍ୟାଙ୍ଗଷ୍ଟାର ଟିଟୋର ସହଯୋଗୀ ବୁଦ୍ଧିଆ ଦାସ ଆହତ ହୋଇଛି। ଗୁରୁତର ଅବସ୍ଥାରେ ବୁଦ୍ଧିଆକୁ ଏସିବି ମେଡିକାଲରେ ଭର୍ତ୍ତି କରାଯାଇଛି। ବୁଦ୍ଧିଆ ନିକଟରୁ ଗୋଟିଏ ବନ୍ଧୁକ, ୨ ରାଉଣ୍ଡ ଗୁଳି ଜବତ କରାଯାଇଥିବା ପୋଲିସ୍ ସୂଚନା ଦେଇଛି। ବୁଦ୍ଧିଆରେ ପାଖାପାଖି ୩୦ରୁ ଅଧିକ ମାମଲା ଥିବା ପୋଲିସ କହିଛି। ବୁଦ୍ଧିଆ ଗୁଳିରେ ଜଣେ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି।

ବୁଦ୍ଧିଆ ସିଡିଏ ସେକ୍ଟର ୧୩ରେ ରହୁଥିବା ପୋଲିସକୁ ଖବର ମିଳିଥିଲା। ଏହାପରେ ମଙ୍ଗଳବାର ବିଳମ୍ବିତ ରାତିରେ ବୁଦ୍ଧିଆକୁ ଧରିବା ପାଇଁ ଚାଉଳିଆଗଞ୍ଜ ପୋଲିସ ସେଠାରେ ଚଢ଼ାଉ କରିଥିଲା। ଏହି ସମୟରେ ବୁଦ୍ଧିଆ ପୋଲିସ ଉପରକୁ ଗୁଳି ଚଳାଇଥିଲା। ଯାହାର ପାଲଟା ଜବାବରେ ପୋଲିସ ବୁଦ୍ଧିଆକୁ ଏନ୍‌କାଉଣ୍ଟର କରିଥିଲା।

LEAVE A REPLY

Please enter your comment!
Please enter your name here