ଓଡ଼ିଶାଲାଇଭ୍‌ ବ୍ୟୁରୋ

୧୯୭୯ରେ ଫେଲ ମାରିଥିଲା ଭାରତର ପ୍ରଥମ ସାଟେଲାଇଟ ଲଞ୍ଚ ଭେହିକିଲ (SLV), ହେଲେ ସେଥିରେ ଫେଲ୍ ମାରିନଥିଲେ ମିସାଇଲ ମ୍ୟାନ ଅବଦୁଲ କଲାମ।

ଚନ୍ଦ୍ରଯାନ ୨ ଶେଷ ମୁହୂର୍ତ୍ତରେ ଚନ୍ଦ୍ରପୃଷ୍ଠରେ ସଫ୍ଟ ଲାଣ୍ଡିଙ୍ଗ୍‌ କରିବାରେ ଅସଫଳ ରହିଲା। ଏହା ଏକ ଏଭଳି ଘଟଣା ଯାହା ପୂର୍ବତନ ରାଷ୍ଟ୍ରପତି ତଥା ମିସାଇଲା ମ୍ୟାନ ଅବଦୁଲ କଲାମଙ୍କୁ ମନେ ପକାଇ ଦେଉଛି। କାରଣ ୧୯୭୯ରେ ଏସ୍‌ଏଲଭି ସାଟେଲାଇଟ ଲଞ୍ଚର ଅସଫଳତାକୁ ନେଇ କଲାମ ଯେଉଁ କଥା କହିଥିଲେ ତାହା ବାସ୍ତବିକ ପ୍ରେରଣାଦାୟୀ ଥିଲା। ଏହି ଅସଫଳତାରୁ ହିଁ କଲାମ ଶିଖିଥିଲେ ଯେ ବିଫଳତା ସମୟରେ କେମିତି ମ୍ୟାନେଜ କରିବା ଦରକାର।

‘‘୧୯୭୯ର ଘଟଣା। ମୁଁ ଭାରତର ପ୍ରଥମ ସାଟେଲାଇଟ ଲଞ୍ଚ ଭେହିକିଲ SLV VIII ପ୍ରୋଜେକ୍ଟର ନିର୍ଦ୍ଦେଶକ ଥିଲି।ସେତେବେଳେ ସତୀଶ ଧଓ୍ୱନ ଇସ୍ରୋର ଅଧ୍ୟକ୍ଷ ଥିଲେ।  ମିଶନ SLV VIIIକୁ ଅର୍ବିଟରେ ପହଞ୍ଚାଇବାର ଥିଲା। ମୁଁ ମଧ୍ୟ ଶ୍ରୀହରିକୋଟାର ଲଞ୍ଚ ପ୍ୟାଡରେ ପହଞ୍ଚି ସାରିଥିଲି। କାଉଣ୍ଟ ଡାଉନ ଆରମ୍ଭ ହୋଇ ଯାଇଥିଲା। ଶେଷ ମୁହୁର୍ତ୍ତରେ କମ୍ପ୍ୟୁଟର ଏହି ମିଶନକୁ ହୋଲ୍ଡରେ ରଖିଥିଲା। ସାଟେଲାଇଟ ଲଞ୍ଚ ନକରିବାକୁ କମ୍ପ୍ୟୁଟର କହୁଥିଲା। ହେଲେ ମୁଁ ନିର୍ଦ୍ଦେଶକ ଥିଲି। ମତେ ନିର୍ଣ୍ଣୟ ନେବାର ଥିଲା। ଶେଷରେ ମୁଁ ସାଟେଲାଇଟ ଲଞ୍ଚ କରିବାକୁ ନିଷ୍ପତ୍ତି ନେଇଥିଲି।‘ , ୧୯୭୯ର ଏହି ସ୍ମୃତିକୁ ମନେ ପକାଇ ୨୦୧୩ରେ ଏକ ସଭାରେ କହିଥିଲେ କାଲାମ।

କାଲାମ ଏହି ନିଷ୍ପତ୍ତି ନେଇଥିଲେ। କାରଣ ସେ ତାଙ୍କ ଗଣିତକୁ ନେଇ ଆଶ୍ୱସ୍ତ ଥିଲେ। ସେ କମ୍ପ୍ୟୁଟରର କଥା ନମାନି ସାଟେଲାଇଟ ଲଞ୍ଚ କରିଥିଲେ। ସାଟେଲାଇଟ ଲଞ୍ଚ୍‌ କରିବାର ୪ଟି ପର୍ଯ୍ୟାୟ ଥିଲା। ପ୍ରଥମ ପଯ୍ୟାୟ ଠିକ୍‌ ଥିଲା। ସାଟେଲାଇଟ ଅର୍ବିଟରେ ପହଞ୍ଚିବା ବଦଳରେ ଦ୍ୱିତୀୟ ପର୍ଯ୍ୟାୟରେ ହିଁ ବଙ୍ଗୋପସାଗରରେ ପଡ଼ିଲା।

କମ୍ପ୍ୟୁଟରର କଥା ନମାନି ରକେଟ ଲଞ୍ଚ୍‌ କରିବାର ନିଷ୍ପତ୍ତି କାଲାମଙ୍କର ଥିଲା। କାଲାମ ପ୍ରଥମ ଥର ପାଇଁ ଅସଫଳତାର ସାମ୍ନା କରିଥିଲେ। କାଲାମଙ୍କ ଭାଷାରେ ସଫଳତାକୁ ତ ମୁଁ ମ୍ୟାନେଜ କରିପାରିବି। ହେଲେ ଅସଫଳତାକୁ କେମିତି ମ୍ୟାନେଜ କରିବି?’’

ତା’ ପରେ ତତକାଳୀନ ଇସ୍ରୋ ଅଧ୍ୟକ୍ଷ ସତୀଶ ଧଓ୍ୱନ ସମାଲୋଚନାକୁ ଭୟ ନକରି ଏକ ସାମ୍ବାଦିକ ସମ୍ମିଳନୀ ଡାକିଥିଲେ। ସାମ୍ବାଦିକ ସମ୍ମିଳନୀରେ ସତୀଶ ଧଓ୍ୱନ କହିଥିଲେ, ‘‘ବନ୍ଧୁଗଣ, ଆଜି ଆମ ବୈଜ୍ଞାନିକ ଏହି ମିଶନ୍‌ରେ ଅସଫଳ ହେଲେ। ମୁଁ ଆମ ଟେକନୋଲୋଜୀ, ବୈଜ୍ଞାନିକଙ୍କୁ ସମର୍ଥନ କରୁଛି। ସେମାନେ ଏହି ମିଶନରେ ଆଗାମୀ ବର୍ଷ ନିଶ୍ଚୟ ସଫଳ ହେବେ।’’

ତତକାଳୀନ ଇସ୍ରୋ ଅଧ୍ୟକ୍ଷ ସତୀଶ ଧଓ୍ୱନ

କଲାମ ମିଶନ ବିଫଳର ସବୁ ଦୋଷ ସତୀଶ ଧଓ୍ୱନ ମୁଣ୍ଡକୁ ନେଇଥିଲେ। ଏହା ଭରଷା ଦେଇଥିଲେ ଯେ ଆଗାମୀ ବର୍ଷ ନିଶ୍ଚୟ ସଫଳ ହେବେ। ସେହି କଥାକୁ ମନେ ପକାଇ କାଲାମ କହିଥିଲେ, ‘‘୧୯୮୦, ଜୁଲାଇ ୧୮ରେ ସେହି ଟିମ୍‌ ପୁଣି ସେହି ମଶନରେ କାମ କରିଥଲା। ରୋହିଣୀ RS-1କୁ ସଫଳତାର ସହ ଅର୍ବିଟରେ ସ୍ଥାପନ କରାଯାଇଥିଲା। ମିଶନ ସଫଳ ହେବାପରେ ଇସ୍ରୋ ଅଧ୍ୟକ୍ଷ ମତେ ସାମ୍ବାଦିକ ସମ୍ମିଳନୀ କରିବାକୁ କହିଥିଲେ।’’

ଏହି ଦିନ ହିଁ କାଲାମଙ୍କ ପାଇଁ ବଡ଼ ଶିକ୍ଷାର ଦିନ ଥିଲା ବୋଲି ସେ କହିଥିଲେ। କାଲାମଙ୍କ ଭାଷାରେ ଯେତେବେଳେ ବିଫଳତା ମିଳେ ସେତେବେଳେ ଟିମ୍‌ ଲିଡର ସବୁ ଦୋଷ ନିଜ ମୁଣ୍ଡକୁ ନିଏ। ଯେତେବେଳେ ସଫଳତା ଆସେ ସେତେବେଳେ ଟିମ୍‌ ଲିଡର ସମସ୍ତ ଶ୍ରେୟ ନିଜ ଟିମକୁ ଦେଇଥାଏ।

ମହାକାଶ ଗବେଷଣା କ୍ଷେତ୍ରରେ ସଫଳତା, ବିଫଳତା ଅନେକ। ମାତ୍ର ଏହାର ବିଫଳତାରୁ ମଧ୍ୟ ଅନେକ ଶିକ୍ଷା ମିଳେ। ଯାହା କଲାମଙ୍କ ଅନୁଭୂତିରୁ ସ୍ପଷ୍ଟ। ଏହା ଜୀବନରେ ଏକ ମ୍ୟାନେଜମେଣ୍ଟ ଲେସନଠୁ କିଛି କମ୍‌ ନୁହେଁ!

Comment