ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ଵରରେ ଜଘନ୍ୟ ହତ୍ୟାକାଣ୍ଡ। ରକ୍ତରେ ଭିଜିଛି ରଙ୍ଗମାଟିଆ। ମଙ୍ଗଳବାର ରାତିରେ ଜଣେ ଯୁବକଙ୍କୁ ଗାଁ ଦାଣ୍ଡରେ ହାଣି ହତ୍ୟା କରିଛନ୍ତି ଦୁର୍ବୃତ୍ତ। ମୃତ ଯୁବକ ହେଲେ ରଙ୍ଗମାଟିଆର ଚକ୍ରଧର ବେହେରାଙ୍କ ପୁଆ ଦିପକ ବେହେରା।

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ୮ ଜଣ ଯୁବକ ତାଙ୍କୁ ଗାଁ ଦାଣ୍ଡରେ ଗୋଡ଼ାଇ ଗୋଡ଼ାଇ ହତ୍ୟା କରିଛନ୍ତି। ଏହି ହତ୍ୟାକାଣ୍ଡ ପରେ ଗାଁରେ ଉତ୍ତେଜନା ଲାଗି ରହିଥିବାରୁ ୩ ପ୍ଲାଟୁନ୍‌ ପୋଲିସ ମୁତୟନ କରାଯାଇଛି।

ସବୁଦିନ ଭଳି ଦିପକ ତାଙ୍କ ବାପାଙ୍କ ଦୋକାନରେ ବସିଥିବା ବେଳେ ୪ଟି ବାଇକ୍‌ରେ ୮ ଜଣ ଯୁବକ ସେଠାରେ ପହଞ୍ଚିଥିଲେ। ସେମାନେ ଦିପକ ବେହେରାକୁ ଡାକି କଥା ହେବା ବେଳେ ହଠାତ୍‌ ଆକ୍ରମଣ କରିଥିଲେ। ଫଳରେ ଦିପକ ତଳେ ପଡ଼ି ଯାଇଥିଲେ।

ଏହା ଦେଖି ସ୍ଥାନୀୟ ଲୋକେ ପୋଲିସ୍ ଓ ଆମ୍ବୁଲାନ୍ସକୁ ଖବର ଦେଇଥିଲେ। ଆମ୍ବୁଲାନ୍ସରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ପଠାଯାଇଥିଲା। କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଏହି ଘଟଣା ପରେ ଗାଁରେ ପ୍ରବଳ ଉତ୍ତେଜନା ହୋଇଥିଲା। ଯାହା ଫଳରେ ରଙ୍ଗମାଟିଆରେ ୩ ପ୍ଲାଟୁନ୍‌ ପୋଲିସ୍‌ ମୁତୟନ କରାଯାଇଛି।

ଜମି ଦଲାଲ ଓ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏଭଳି ଘଟଣା ଘଟିଥିବା ନେଇ ମଞ୍ଚେଶ୍ୱର ପୋଲିସ କହିଛି।

Comment