ଓଡ଼ିଶାଲାଇଭ୍‌ ବ୍ୟୁରୋ

“ଚଳିତ ବର୍ଷ କଟକର ସମସ୍ତ ଦୁର୍ଗାପୂଜା ମଣ୍ଡପରେ ସିସିଟିଭି ଲାଗିବ” ପୋଲିସ କମିସନରେ ସୁଧାଂଶୁ ଷଡ଼ଙ୍ଗୀ।

ପାଖେଇ ଆସୁଛି ଶାରଦୀୟ ଦୁର୍ଗା ପୂଜା। ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଓଡ଼ିଶାର ସଂସ୍କୃତିକ ରାଜଧାନୀ କଟକ ସହରରେ ଧୂମଧାମରେ ପାଳିତ ହେବାକୁ ପ୍ରସିଦ୍ଧ ଦୁର୍ଗାପୂଜା। ଏନେଇ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ତେବେ ପୂଜାକୁ ଦୃଷ୍ଟିରେ ରଖି ଗୁରୁବାର କମିସନରେଟ୍‌ ପୋଲିସ ସହ କଟକର ବିଭିନ୍ନ ପୂଜା କମିଟିର ବୈଠକ ବସିଥିଲା। ବୈଠକରେ ଏନେଇ ପୋଲିସ କମିସନରେ ସୁଧାଂଶୁ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି।

ସୁଧାଂଶୁ ଷଡ଼ଙ୍ଗୀ ଆହୁରି ମଧ୍ୟ କହିଛନ୍ତି, “ଚଳିତ ବର୍ଷ ପୂଜାରେ ଶବ୍ଦ ପ୍ରଦୂଷଣ ରୋକିବା ଉପରେ ବିଶେଷ ଗୁରୁତ୍ୱ ଦିଆଯିବ। ସେହିପରି ବେଆଇନ ଚାନ୍ଦା ଆଦୟ ହେଲେ, ଅଭିଯୁକ୍ତଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।”

ଏହି ଅବସରରେ କଟକର ସବୁ ପୂଜା ମଣ୍ଡପରେ ସିସିଟିଭି ଲଗାଯିବ ବୋଲି ପୋଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ କହିଥିଲେ। ବୈଠକରେ ପୋଲିସ କମିସନରେ ସୁଧାଂଶୁ ଷଡ଼ଙ୍ଗୀଙ୍କ ସହିତ ଡିସିପି ଅଧିଳେଶ ସିଂହ ଏବଂ କଟକର ସମସ୍ତ ପୂଜା କମିଟିର ଅଧ୍ୟକ୍ଷ ଉପସ୍ଥିତ ଥିଲେ।

ଦଶହରା ପାଇଁ ଏବେଠୁ ସବୁ ପୂଜା କମିଟିଙ୍କ ମଧ୍ୟରେ ପ୍ରତିଯୋଗିତା ଦେଖାଦେଲାଣି। କଟକର ବାଦାମ ବାଡ଼ି, ଖାନନଗର, ରାଣୀହାଟ, ମଙ୍ଗଳବାଗ୍‌ର ବିଭିନ୍ନ ପୂଜା ମଣ୍ଡପରେ ନିର୍ମାଣ କରାଯାଉଛି ଆକର୍ଷଣୀୟ ତୋରଣ। ବିଭିନ୍ନ ପୂଜାମଣ୍ଡପ ମଧ୍ୟରେ ତୋରଣ, ସୁନା, ଚାନ୍ଦୀର ମେଢ଼ ପାଇଁ ଜୋରଦାର ପ୍ରତିଯୋଗିତା ଆରମ୍ଭ ହୋଇଛି।

Comment