ଓଡ଼ିଶାଲାଇଭ୍ ବ୍ୟୁରୋ

ରାତି ସମୟରେ ହାଲୁକା ଖାଦ୍ୟ ଖାଇବା ସ୍ଵାସ୍ଥ୍ୟକର ବୋଲି ଡାକ୍ତରମାନେ ପରାମର୍ଶ ଦେଇଥାଆନ୍ତି। କିନ୍ତୁ ଅତ୍ୟଧିକ ତେଲ ମସଲାଯୁକ୍ତ ତଥା ବଟର, ଲୁଣ ଆଦି ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ। ଫଳରେ ବିଭିନ୍ନପ୍ରକାର ସ୍ଵାସ୍ଥ୍ୟଗତ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି।  

ତେଲ ବା ମସଲାଯୁକ୍ତ ଖାଦ୍ୟରେ ଅଧିକ ପରିମାଣରେ କୋଲେଷ୍ଟ୍ରୋଲ୍ ରହିଥାଏ। ଏହା ସ୍ଵାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ। ଏହା ଶରୀରରେ ଫ୍ୟାଟ୍ ପରିମାଣ ବୃଦ୍ଧି କରେ। ମୁଖ୍ୟ କରି ଡାଇବେଟିସ୍ ଓ ହାଇବ୍ଲଡ୍ ପ୍ରେସର୍ ଥିବା ବ୍ୟକ୍ତିବିଶେଷଙ୍କ ପାଇଁ ତେଲ ମସଲା ଥିବା ଉଚ୍ଚ କ୍ୟାଲୋରୀଯୁକ୍ତ ଖାଦ୍ୟ ହାନିକାରକ।

ରାତିରେ ପାସ୍ତା ଖାଇବା ଓଜନ ବୃଦ୍ଧିର କାରଣ ହୋଇପାରେ। ଏହାବ୍ୟତୀତ ପାସ୍ତା ଖାଇଲେ ରାତିରେ ଠିକ୍ ଭାବେ ନିଦ ହୁଏ ନାହିଁ।

ଚକୋଲେଟ୍ ଖାଇବାର ବି କେତେଗୁଡ଼ିଏ ଉପକାରିତା ଓ ଅପକାରିତା ରହିଛି। ଚକୋଲେଟ୍ ଏକପ୍ରକାର ବ୍ରେନ୍ ବୁଷ୍ଟର୍। ଏହା ମସ୍ତିଷ୍କକୁ ସକ୍ରିୟ ରଖେ ଏବଂ ହୃଦ୍ ଯନ୍ତ୍ରକୁ ବି କାର୍ଯ୍ୟକ୍ଷମ କରେ। କିନ୍ତୁ ଏହା ଓଜନ ବୃଦ୍ଧି ବି କରିଥାଏ। ତେଣୁ ରାତିରେ ଚକୋଲେଟ୍ ଖାଆନ୍ତୁ ନାହିଁ।

ଛୋଟ ପିଲାଙ୍କର ମନପସନ୍ଦ ହେଲା ଚିପ୍ସ। କିନ୍ତୁ ଏହା ଏକ ପ୍ରକାର ପ୍ରୋସେସ୍‌ ଫୁଡ୍। ଏଥିରେ ଥିବା ସୋଡିୟମ୍ ଉଚ୍ଚ ରକ୍ତଚାପର କାରଣ ହୋଇଥାଏ। ଓଜନ ବି ବଢ଼ିଥାଏ। ଏଥିରେ ପୋଷକତତ୍ୱ ଖୁବ୍ କମ୍ ପରିମାଣ ରହିଥାଏ।

ରାତିରେ ଫାଷ୍ଟ ଫୁଡ୍‌ ଯଥା ବର୍ଗର, ପିଜା ଖାଇବା ଅନୁଚିତ। ଏହା ଗ୍ୟାସ୍‌ଟ୍ରିକ୍‌ ସମସ୍ୟାର କାରଣ ହୋଇଥାଏ। ଗ୍ୟାସ୍‌ ହେବା ପରେ ଛାତି ପୋଡ଼ିଥାଏ।

ଲେଟ୍ ନାଇଟ୍ ମୁଭି ଦେଖିବା ସମୟରେ ଖାଉଥିବା ପପ୍ କର୍ଣ୍ଣ ବି ଆପଣଙ୍କ ଶରୀର ପାଇଁ ଘାତକ ହୋଇପାରେ। ଏଥିରେ ଥିବା ଅତ୍ୟଧିକ ଲୁଣ ଓ ବଟର ଶରୀର ପାଇଁ ହାନିକାରକ ସାବ୍ୟସ୍ତ ହୋଇଥାଏ।

Comment