ଓଡ଼ିଶାଲାଇଭ ବ୍ୟୁରୋ

 

ସ୍କୁଲରେ ଜଣେ ପ୍ରଥମ ଶ୍ରେଣୀର ଛାତ୍ରକୁ ତାଲା ପକାଇ ସସପେଣ୍ଡ ହେଲେ ପ୍ରଧାନ ଶିକ୍ଷୟତ୍ରୀ। ଶିକ୍ଷୟତ୍ରୀ ଜଣକ ହେଉଛନ୍ତି ବାଲେଶ୍ଵର ଜିଲ୍ଲା ମଠ ସାହି ନୋଡାଲ ୟୁପି ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ଶାନ୍ତିପ୍ରତିମା ମହାପାତ୍ର।

ବୁଧବାର ବାଲେଶ୍ୱର ସହରର ମଠସାହି ନୋଡାଲ ସ୍କୁଲର ଜଣେ ପ୍ରଥମ ଶ୍ରେଣୀର ଛାତ୍ର ସ୍କୁଲ ଛୁଟିହେବାର କିଛି ସମୟ ପୂର୍ବରୁ ଶୌଚାଳୟ ଯାଇଥିଲା। ଛୋଟ ପିଲାଜଣକ ଶୌଚାଳୟରୁ ଆସିବା ପୂର୍ବରୁ ସ୍କୁଲ ଛୁଟି ହୋଇଯାଇଥିଲା। ସେତେବେଳକୁ ସ୍କୁଲ ଗେଟର ତାଲା ପକାଇ ସ୍କୁଲର ପିଅନ ଓ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀମାନେ ଘରକୁ ଚାଲିଯାଇଥିଲେ।

କିଛି ସମୟପରେ ପିଲାଟିର ବାପା ମା’ ତାଙ୍କ ପୁଅକୁ ଖୋଜିବାକୁ ଲାଗିଥିଲେ। ତେବେ ଦୀର୍ଘ ଏକ ଘଣ୍ଟା ଧରି ପିଲାଟି ସ୍କୁଲଗେଟ୍ ମଧ୍ୟରେ ବନ୍ଦୀ ଭଳି ରହିଥିଲା। ଏହାପରେ ଆଉ କିଛି ଉପାୟ ନପାଇ ଛୋଟ ପିଲାଟି ଜୋରରେ କାନ୍ଦିବାକୁ ଲାଗିଥିଲା। ପିଲାଟିର କାନ୍ଦ ଶୁଣି ସ୍ଥାନୀୟ ଲୋକ ପିଲାଟିକୁ ବନ୍ଦ ଥିବା ସ୍କୁଲ ଗେଟ୍ ଖୋଲି ପିଲାଟିକୁ ବାହାରକୁ ଆଣିଥିଲେ।

ଏହି ଘଟଣା ପରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ବାଲେଶ୍ଵର ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ। ତେବେ ପରେ ଘଟଣାର ତଦନ୍ତ କରାଯାଇ ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀଙ୍କୁ ସସପେଣ୍ଡ କରାଯାଇଛି।

Comment