ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ
ଶାହରୁଖଙ୍କ ‘ପରଦେଶ’ ହିରୋଇନ୍ ମହିମା ଚୌଧୁରୀ ଆଜି ୪୬ ବର୍ଷ ବୟସରେ ପାଦ ଦେଇଛନ୍ତି। ୧୯୭୩ରେ ଦାର୍ଜଲିଙ୍ଗରେ ଜନ୍ମ ହୋଇଥିବା ମହିମା ଏବେ ଫିଲ୍ମ ଦୁନିଆଁରୁ ଦୂରେଇ ରହିଛନ୍ତି। ୨୦୧୬ରେ ବଙ୍ଗାଲି ଫିଲ୍ମ ‘ଡାର୍କ ଚକଲେଟ’ରେ ନଜର ଆସିଥିଲେ। ଏବେ ମହିମା ଫିଲ୍ମ ଦୁନିଆଁରୁ ଗାୟବ ହୋଇଥିଲେ ମଧ୍ୟ ଦର୍ଶକଙ୍କ ମନରେ ରହିଛନ୍ତି।
କାମ ନ ମିଳିବାରୁ ମହିମାଙ୍କ ଆର୍ଥିକ ଅବସ୍ଥା ଭଲ ନଥିଲା। ଏକ ଇଣ୍ଟରଭ୍ୟୁରେ ମହିମା ନିଜେ ଏହି କଥା କହିଥିଲେ। ୨୦୧୭ରେ ମିଡ୍ ଡେ’କୁ ଦେଇଥିବା ଏକ ଇଣ୍ଟରଭ୍ୟୁରେ ମହିମା କହିଥିଲେ ମନ ପସନ୍ଦର ରୋଲ୍ ନମିଳିବାରୁ ତାଙ୍କୁ ଇଣ୍ଡଷ୍ଟ୍ରିରୁ ଦୂରେଇବାକୁ ପଡ଼ିଥିଲା।
‘ପରଦେଶ୍’ ଓ ‘ଦାଗ ଦ ଫାୟାର’ ଭଳି ବହୁ ହିଟ୍ ଫିଲ୍ମର ନାୟିକା ମହିମା ଚୌଧୁରୀଙ୍କୁ ଫିଲ୍ମରେ କାମ ମିଳୁନଥିବାରୁ ବିଭିନ୍ନ କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେଇ ଅର୍ଥ ଉପାର୍ଜନ କରୁଛନ୍ତି। ସେ ଏଥିପାଇଁ ୩ରୁ ୫ ଲକ୍ଷ ଟଙ୍କା ନିଅନ୍ତି।