ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଗୋଟିଏ ସମୟରେ ବଲିଉଡର ଆଗଧାଡ଼ିର ଅଭିନେତ୍ରୀ ଥିଲେ ମହିମା ଚୌଧୁରୀ। ଅନେକ ହିଟ୍‌ ଫିଲ୍ମରେ ସେ କାମ କରିଛନ୍ତି। ପରଦେଶ ଫିଲ୍ମରେ ଶାହରୁଖଙ୍କ ସହ କାମ କରି ସେ ବେଶ୍‌ ପ୍ରଶଂସା ସାଉଣ୍ଟିଥିଲେ। ଆଜି ଏହି ଅଭିନେତ୍ରୀ ୪୭ ବର୍ଷ ବୟସରେ ପାଦ ଦେଇଛନ୍ତି। ୧୯୭୩ରେ ଦାର୍ଜିଲିଂରେ ଜନ୍ମ ହୋଇଥିବା ମହିମା ବଲିଉଡରେ ବେଶ୍‌ ନାଁ କରିଥିଲେ। କିନ୍ତୁ ଜାଣନ୍ତି କି ଅଚାନକ ଏମିତି କ’ଣ ହେଲା ସେ ଫିଲ୍ମ କରିବା ବନ୍ଦ କରିଦେଲେ।

୧୯୯୯ର ଘଟଣା। ସେତେବେଳେ ମହିମା ଅଜୟ ଦେବଗନ ଏବଂ କାଜଲଙ୍କ ସହ ‘ଦିଲ କ୍ୟା କରେ’ ଫିଲ୍ମରେ କମେ କରୁଥିଲେ। ସେ ସୁଟିଂ ପାଇଁ ବେଙ୍ଗାଳୁରୁ ଯାଉଥିଲେ। ରାସ୍ତାରେ ମହିମାଙ୍କ କାର୍‌କୁ ଏକ ଟ୍ରକ୍‌ ଧକ୍କା ଦେଇଥିଲା।

କାର୍‌ର ଗ୍ଲାସ ଭାଙ୍ଗି ମହିମାଙ୍କ ମୁହଁରେ ଗଭୀର ଆଘାତ ଲାଗିଥିଲା। ଡାକ୍ତର ସର୍ଜରୀ କରି ୬୭ ଖଣ୍ଡ କାଚ ତାଙ୍କ ମୁହଁରୁ ବାହାର କରିଥିଲେ। ମହିମା କିଛି ଦିନ ପରେ ସୁସ୍ଥ ହୋଇଗଲେ ସତ କିନ୍ତୁ ତାଙ୍କର ମୁହଁର ସୁନ୍ଦରତା ରହିଲାନି। ଯେଉଁଥିପାଇଁ ସେ ଫିଲ୍ମରୁ ଦୂରେଇ ଗଲେ।

Comment