ଓଡ଼ିଶାଲାଇଭ୍‌ ବ୍ୟୁରୋ

ମାଧୁରୀଙ୍କ ଆକର୍ଷଣୀୟ ଚେହେରା ଓ ଚମତ୍କାର ଅଭିନୟରେ ଦର୍ଶକ ହୁଅନ୍ତି ଘାଇଲା। କିନ୍ତୁ ଆପଣ ଜାଣନ୍ତି କି ୫୩ ବର୍ଷ ବୟସରେ କେମିତି ନିଜକୁ ଫିଟ୍‌ ରଖିଛନ୍ତି ସେ।

ସବୁବେଳେ ନିଜର ଗ୍ରେସ୍‌ଫୁଲ ଚେହେରା ପାଇଁ ଦର୍ଶକଙ୍କୁ ଆକର୍ଷିତ କରିଥାନ୍ତି ମାଧୁରୀ ଦୀକ୍ଷିତ। ବଲିଉଡ ଡିଭା ମାଧୁରୀ ଆଜି ୫୩ ବର୍ଷ ବୟସରେ ପାଦ ଥାପିଛନ୍ତି। କିନ୍ତୁ କେବେ ଭାବିଛନ୍ତି କି ଏତେ ବୟସରେ ବି ମାଧୁରୀ କେମିତି ଏତେ ସୁନ୍ଦର ରହିଛନ୍ତି।

ତେବେ ମାଧୁରୀଙ୍କ ଏହି  ସୁନ୍ଦରତାର ରହସ୍ୟ ହେଉଛି ତାଙ୍କର ନିତ୍ୟକର୍ମ, ଯେଉଁଥିରେ ସେ ନିଜ ଫିଟନେସ୍ ଏବଂ ତ୍ୱଚାର ସମ୍ପୂର୍ଣ୍ଣ ଯତ୍ନ ନିଅନ୍ତି।  ନିଜକୁ ଫିଟ୍‌ ରଖିବା ପାଇଁ ସେ ସବୁଦିନ ଡ୍ୟାନ୍ସ କରନ୍ତି।

ମାଧୁରୀଙ୍କ କହିବା କଥା ସେ ଫିଟନେସକୁ ନେଇ କିଛି କମ୍ପ୍ରୋମାଇଜ କରନ୍ତି ନାହିଁ।  ଖାଦ୍ୟ, ପାନୀୟଠୁ ଆରମ୍ଭ କରି ବ୍ୟାୟାମ ପର୍ଯ୍ୟନ୍ତ ସବୁଥିରେ ସେ ସଚେତନ। ଫିଟ୍ ରହିବା ପାଇଁ ବ୍ୟାୟାମ ସହିତ ଉପଯୁକ୍ତ ଖାଇବା ମଧ୍ୟ ଆବଶ୍ୟକ ବୋଲି ମାଧୁରୀ କହନ୍ତି। 

ମାଧୁରୀ ସବୁଦିନ ହର୍ବାଲ ଚା’ ପିଅନ୍ତି। ଏହାସହ ନିୟମିତ ଭାବରେ ନଡିଆ ପାଣି ବି ପିଅନ୍ତି। ନଡ଼ିଆ ପାଣି ଶରୀରର ସମସ୍ତ ରୋଗ ଦୂର କରିବାରେ ସାହାଯ୍ୟ କରିଥାଏ। ଏହା ଶରୀରକୁ ଭିତରରୁ ହାଇଡ୍ରେଟ୍ କରିଥାଏ କାରଣ ଏଥିରେ ଅଳ୍ପ ପରିମାଣର ପୋଟାସିୟମ୍, କ୍ୟାଲସିୟମ୍, ମ୍ୟାଗ୍ନେସିୟମ୍, ଫସଫରସ୍ ଏବଂ ସୋଡିୟମ୍ ମଧ୍ୟ ରହିଥାଏ।

ମାଧୁରୀଙ୍କ କହିବା ଅନୁସାରେ ଦିନକୁ ପାଞ୍ଚରୁ ଛଅ ଥର ହାଲୁକା ଖାଇବା ଉଚିତ୍। ମାଧୁରୀ ନିଜ ଫିଟନେସ୍ ଏବଂ ସଠିକ୍ ମେକଅପ୍ ସହିତ ନିଜକୁ ସୁନ୍ଦର ରଖିଥାନ୍ତି।

Comment