ଓଡ଼ିଶାଲାଇଭ୍‌ ବ୍ୟୁରୋ

ବଲିଉଡ ଅଭିନେତ୍ରୀ ମାଧୁରୀ ଦୀକ୍ଷିତଙ୍କ ବିବାହକୁ ୨୨ ବର୍ଷ ପୂରା ହୋଇଛି।  ଏହି ଅବସରରେ ମାଧୁରୀ ତାଙ୍କ ଇନଷ୍ଟାଗ୍ରାମରେ ସ୍ୱାମୀ ଶ୍ରୀରାମଙ୍କ ସହ କିଛି ଫଟୋ ସେୟାର କରିଛନ୍ତି। କିନ୍ତୁ ଆପଣ କେବେ ଭାବିଛନ୍ତି ଧକ୍‌ ଧକ୍‌ ଗାର୍ଲ ମାଧୁରୀ ବିଦେଶୀ ଡାକ୍ତର ଶ୍ରୀରାମଙ୍କ ପ୍ରେମରେ କେମିତି ପଡ଼ିଥିଲେ?

ମାଧୁରୀ ଯେତେବେଳେ ଆମେରିକାର ଡାକ୍ତର ଶ୍ରୀରାମଙ୍କୁ ବିବାହ କରିଥିଲେ ସେତେବେଳେ ସେ ଇଣ୍ଡଷ୍ଟ୍ରିର ଟପ୍‌ ହିରୋଇନ ଭାବେ ପରିଚିତ ଥିଲେ। ତଥାପି ସେ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ୧୯୯୯, ଅକ୍ଟୋବର ୧୭ରେ ସେ ବିବାହ କରିଥିଲେ। ବିବାହ ପରେ ତାଙ୍କ ବିଦେଶୀ ବରଙ୍କୁ ନେଇ ଖୁବ୍‌ ଚର୍ଚ୍ଚା ମଧ୍ୟ ହୋଇଥିଲା। ତାଙ୍କର ଲଭଷ୍ଟୋରି କେଉଁଠୁ ଆରମ୍ଭ ହୋଇଥିଲା ବୋଲି ତାଙ୍କୁ ଅନେକ ସାକ୍ଷାତକାରରେ ପଚରାଯାଇଥିଲା।

ତେବେ ଏକ ବାହାଘର ପାର୍ଟିରେ ଶ୍ରୀରାମଙ୍କ ସହ ଭେଟ ହୋଇଥିଲା ବୋଲି ମାଧୁରୀ ଏକ ସାକ୍ଷାତକାରରେ କହିଥିଲେ। ସେହି ଦେଖା ପରଠାରୁ ଉଭୟ ପରସ୍ପର ଜାଣିଥିଲେ। ଡାକ୍ତର ଶ୍ରୀରାମ ଥରେ ମାଧୁରୀଙ୍କୁ ପାହାଡ଼ ଉପରେ ବାଇକ ରାଇଡ ପାଇଁ ଅଫର କରିଥିଲେ। ଏହାପରଠାରୁ ଉଭୟ ଘନିଷ୍ଠ ହୋଇଥିଲେ। ତାଙ୍କ ଭିତରେ ପ୍ରେମ ସମ୍ପର୍କ ଗଡ଼ି ଉଠିଥିଲା। କିଛି ବର୍ଷ ପରସ୍ପରକୁ ଡେଟ୍‌ କରିବା ପରେ ସେ ବିବାହ ପାଇଁ ନିଷ୍ପତ୍ତି ନେଇଥିଲେ।

Comment