ଓଡ଼ିଶାଲାଇଭ୍‌ ବ୍ୟୁରୋ

ଏବେ ଚଳଚ୍ଚିତ୍ର ଦୁନିଆରୁ ଦୂରରେ ଥିଲେ ମଧ୍ୟ ତାଙ୍କ ସମୟରେ ଶିଳ୍ପା ସେଟ୍ଟୀ ଥିଲେ ବଲିଉଡ୍‌ର ଆଗଧାଡ଼ିର ନାୟିକା। ଆଜି ଏହି ଅଭିନେତ୍ରୀଙ୍କ ୪୫ତମ ଜନ୍ମଦିନ। ୧୯୭୫ ମସିହା ଆଜିର ଦିନରେ କର୍ଣ୍ଣାଟକର ମାଙ୍ଗାଲୋର ସହରରେ ଜନ୍ମଗ୍ରହଣ କରିଥିଲେ। ଆଜି ତାଙ୍କ ଜନ୍ମଦିନରେ ତାଙ୍କୁ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟୁଛି।

୧୯୯୧ ମସିହାରେ ଯେତେବେଳେ ତାଙ୍କୁ ୧୬ ବର୍ଷ ହୋଇଥିଲା, ସେତେବେଳେ ସେ ଲିମ୍କା ବିଜ୍ଞାପନରେ ଅଭିନୟ କରିଥିଲେ। ଏହା ପୂର୍ବରୁ ସେ ମଡେଲିଂ ଦୁନିଆରେ ପାଦ ଦେଇ ସାରିଥିଲେ। ଏହି ବିଜ୍ଞାପନ ପରେ ସେ ୧୯୯୩ ମସିହାରେ ବାଜିଗର ଫିଲ୍ମ ମାଧ୍ୟମରେ ବଲିଉଡ୍‌ରେ ଡେବ୍ୟୁ କରିଥିଲେ।

ଶିଳ୍ପା ସେଟ୍ଟୀ ଏହା ପରେ ଧଡକନ୍‌, ଜାନଓ୍ଵାର, ଇଣ୍ଡିଆନ୍‌, ମେଁ ଖିଲାଡି ତୁ ଅନାଡି, ରିସ୍ତେ, ଅପନେ, ଛୋଟେ ସରକାର ଭଳି ଅନେକ ହିଟ୍‌ ଫିଲ୍ମ କରିଛନ୍ତି। ଏହା ମାଧ୍ୟମରେ ସେ ଶନି ଦେଓ୍ଵାଲ, ଗୋବିନ୍ଦା, ଅକ୍ଷୟ କୁମାର, ସଲମାନ ଖାନ, ଶାହାରୁଖ ଖାନ, ଅନୀଲ କପୁରଙ୍କ ଭଳ ଷ୍ଟାରଙ୍କ ଫିଲ୍ମ ମଧ୍ୟ କରିଥିଲେ।

ପରେ ଶିଳ୍ପା ସେଟ୍ଟୀ ୨୦୦୯ରେ ଜଣାଶୁଣା ଶିଳ୍ପପତି ରାଜ କୁନ୍ଦ୍ରାଙ୍କୁ ବିବାହ କରିଥିଲେ। ତାଙ୍କର ବର୍ତ୍ତମାନ ଗୋଟିଏ ଝିଅ ଓ ଗୋଟିଏ ପୁଅ ଅଛନ୍ତି।

ଏହାପରେ ୨୦୧୪ରେ ସେ ଢିସକିଆଁଓ ଫିଲ୍ମରେ ନିର୍ମାତା ଭାବେ ନଜର ଆସିଥିଲେ। ଏହି ଫିଲ୍ମ ଭଲ ପ୍ରଦର୍ଶନ କରି ପାରିନଥିଲା। ଏହାପରେ ଏବେ ଶିଳ୍ପା ଫିଲ୍ମ ଇଣ୍ଡଷ୍ଟ୍ରିରେ ବେଶି ସକ୍ରିୟ ନାହାନ୍ତି।

LEAVE A REPLY

Please enter your comment!
Please enter your name here