ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଦୋଳିରେ ବସି ସ୍ଲୋ ମୋସନରେ ଝୁଲୁଥିବାର ନଜର ଆସିଲେ ଧକ୍ ଧକ୍ ଗାର୍ଲ। ମାଧୁରୀଙ୍କର ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି। ମାଧୁରୀଙ୍କର ଏହି ଅନ୍ଦାଜକୁ ତାଙ୍କ ଫ୍ୟାନ୍ସ ବେଶ ପସନ୍ଦ କରିଛନ୍ତି।

ମାଧୁରୀ ଏହି ଭିଡିଓଟି ତାଙ୍କର ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେଆର କରିଥିଲେ। ବର୍ତ୍ତମାନ ଏହି ଭିଡିଓଟିକୁ ୧ଲକ୍ଷରୁ ଅଧିକ ଜଣ ଦେଖି ସାରିଲେଣି। ମାଧୁର ଏବେବି ଯୁବା ଓ ସୁନ୍ଦର ଦେଖା ଯାଉଛନ୍ତି। ଏଥିସହ ମାଧୁରୀ ତାଙ୍କ ଜୀବନକୁ ବେଶ ସୁନ୍ଦର ଭାବରେ ଉପଭୋଗ କରୁଥିବା ନଜର ଆସୁଛି ଏହି ଭିଡିଓରୁ ବୋଲି ପ୍ରତିକ୍ରିୟାରେ କହିଛନ୍ତି ତାଙ୍କ ଫ୍ୟାନ।

ବହୁତ ଜଲ୍‌ଦି ମାଧୁରୀ ଦୀକ୍ଷିତ୍ ‘ଡ୍ୟାନ୍ସ ଦିବାନେ’ର ନୂଆ ସିଜନରେ ଜର୍ଜ ଭାବରେ ନଜର ଆସିବେ। ପୂର୍ବରୁ ମଧ୍ୟ ସେ ଏହି ଶୋ’ରେ ଜର୍ଜର ଭୂମିକା ନିଭାଇଥିଲେ। ୨୦୧୯ ବର୍ଷରେ ସେ ‘କଳଙ୍କ ଓ ଟୋଟାଲ ଧମାଲ’ ଫିଲ୍ମରେ ମଧ୍ୟ ନଜର ଆସିଥିଲେ। ସେହି ଫିଲ୍ମମାନଙ୍କରେ ମାଧୁରୀଙ୍କ ଆକ୍ଟିଂକୁ ପ୍ରଶଂସା କରିଥିଲେ ଦର୍ଶକ।

 

View this post on Instagram

 

A post shared by Madhuri Dixit (@madhuridixitnene)

Comment