ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ଡାହାଲା ଛକ ନିକଟରେ ଘଟିଛି ଏକ ଅଭାବନୀୟ ଘଟଣା। ୧୬ ନମ୍ବର ଜାତୀୟ ରାଜପଥରେ ଏକ ଚଳନ୍ତା ଗାଡ଼ିରେ ନିଆଁ ଲାଗି ଯାଇଯାଇଛି। ଫଳରେ ବିଚ୍‌ ରାସ୍ତା ମଝିରେ କାର୍‌ଟି ସମ୍ପୂର୍ଣ୍ଣ ଭାବେ ଜଳିଯାଇଛି। ତେବେ କାର୍‌ର ଡ୍ରାଇଭର ଜଣକ ନିଜ ଜୀବନ ବଞ୍ଚାଇବାରେ ସକ୍ଷମ ହୋଇଛନ୍ତି।

ଶୁକ୍ରବାର ଯାଜପୁର ଜିଲ୍ଲା ପାଣିକୋଇଲି ଅଭିମୁଖେ ଯାଉଥିବା ଏକ ହୋଣ୍ଡା ସିଟି କାର୍‌ ହଠାତ ନିଆଁ ଲାଗିଯାଇଥିଲା। ଫଳରେ ଡ୍ରାଇଭର ଜଣକ ରାସ୍ତା କଡ଼ରେ ଗାଡ଼ି ଛିଡ଼ା କରି ନିଜ ଜୀବନ ବଞ୍ଚାଇ ଦୌଡ଼ି ପଳାଇଆସିଥିଲା। ଚାହୁଁ ଚାହୁଁ କାର୍‌ଟଇ ସମ୍ପୂର୍ଣ୍ଣ ଭାବେ ନିଆଁ ଜଳି ଯାଇଥିଲା। ତେବେ ଡ୍ରାଇଭରର କୌଣସି କ୍ଷୟକ୍ଷତି ହୋଇନଥିବା ଜଣାପଡ଼ିଛି।

କାର୍‌ରେ ନିଆଁ ଲାଗିବାର କାରଣ ଅସ୍ପଷ୍ଟ ଥିବା ବେଳେ ସର୍ଟସର୍କିଟ ଯୋଗୁଁ ନିଆଁ ଲାଗିଥିବା ଅନୁମାନ କରାଯାଉଛି। ଘଟଣାସ୍ଥଳରେ ଭଣ୍ଡାରିପୋଖରୀ ଦମକଳବାହିନୀ ପହଞ୍ଚି ନିଆଁ ଲିଭାଇ ଥିବା ବେଳେ କାର ପୋଲିସ କାରଟିକୁ ଜବତ କରିଛି।

LEAVE A REPLY

Please enter your comment!
Please enter your name here