ଓଡ଼ିଶାଲାଇଭ୍‌ ବ୍ୟୁରୋ 

ଆତଙ୍କବାଦୀ ଓସାମା ବିନ୍‌ ଲାଡେନର ପୁଅ ତଥା ଅଲକାଏଦା ମୁଖ୍ୟ ହମ୍‌ଜା ବିନ୍‌ ଲାଡେନ ନିହତ। ଏନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ ସ୍ପଷ୍ଟ କରିଛନ୍ତି। ଶନିବାର ହ୍ୱାଇଟ୍ ହାଉସ୍‌ ପକ୍ଷରୁ ଜାରି ହୋଇଥିବା ଏକ ବିଜ୍ଞପ୍ତି ଜରିଆରେ ଟ୍ରମ୍ଫ ସାରା ବିଶ୍ୱକୁ ଏହି ଖବର ଜଣାଇଛନ୍ତି।

ଆଫଗାନିସ୍ତାନ ଏବଂ ପାକିସ୍ତାନ ସୀମା ଅଞ୍ଚଳରେ ଆମେରିକା କରିଥିବା ଆତଙ୍କୀ ନିରୋଧୀ ଅପରେସନରେ ହମ୍‌ଜା ବିନ୍‌ ଲାଡେନ୍‌ର ମୃତ୍ୟୁ ହୋଇଥିବା ଆମେରିକା ସ୍ପଷ୍ଟ କରିଛି। ତେବେ ଏହି ଅପରେସନ କେବେ ହୋଇଥିଲା ସେ ନେଇ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ କୌଣସି ସୂଚନା ଦେଇନାହାନ୍ତି।

ନିଜ ବାପାର ଓସାମା ବିନ୍‌ ଲାଡେନ୍‌ ମୃତ୍ୟୁର ପ୍ରତିଶୋଧ ନେବାକୁ ହମ୍‌ଜା ଆମେରିକାକୁ ଧମକ ଦେଇଥିଲା। ଲାଡେନ୍‌ର ମୃତ୍ୟୁ ପରେ ତା ପୁଅ ହମ୍‌ଜା ଆମେରିକା ପାଇଁ ଏକ ଚିନ୍ତାର କାରଣ ଥିଲା। ନିକଟରେ ହମ୍‌ଜାକୁ ଧରିବା ପାଇଁ ଆମେରିକା ଏକ ମିଲିୟନ୍‌ ଡଲାର (୭ କୋଟି ଟଙ୍କା) ପୁରସ୍କାର ଘୋଷଣା କରିଥିଲା। ତେବେ ବର୍ତ୍ତମାନ ହମ୍‌ଜାର ମୃତ୍ୟୁ ହୋଇଥିବା ହ୍ୱାଇଟ୍ ହାଉସ୍‌ ପକ୍ଷରୁ ସୂଚନା ଦିଆଯାଇଛି।

୯/୧୧ ଆମେରିକା ଆକ୍ରମଣ ପରେ ଲାଡେନ୍‌ ରହୁଥିବା ପାକିସ୍ତାନର ଆବୋଟ୍ଟାବାଦରେ କୋଠାରେ ଆମେରିକା ପ୍ରବେଶ କରି ଲାଡେନ୍‌କୁ ହତ୍ୟା କରିଥିଲା। ଲାଡେନ୍‌ ମରିବା ପରେ ତା’ ପୁଅ ହାମଜା ବିନ୍ ଲାଡେନ୍ ଜେହାଦୀ ପ୍ରିନ୍ସ ଭାବେ ଅଲକାଏଦା ଆତଙ୍କୀ ସଂଗଠନ ଚଳାଉଥିଲା।

Comment