ଓଡ଼ିଶାଲାଇଭ ବ୍ୟୁରୋ

ସ୍କୁଲକୁ ଦଣ୍ଡ ମୁକ୍ତ ଅଞ୍ଚଳକୁ କରିବାକୁ ସରକାରଙ୍କ କଡ଼ା ଆଇନ ରହିଛି। ହେଲେ ଏହାକୁ ଖାତିର କରୁନାହାନ୍ତି ଶିକ୍ଷକ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ବକ୍ସିବାରୀ ଗାଁ ପ୍ରାଥମିକ ବିଦ୍ୟାଳୟରେ। ଏକ ଚତୁର୍ଥ ଶ୍ରେଣୀ ଛାତ୍ରକୁ କଚାଡ଼ି ହାତ ଭାଙ୍ଗି ଦେଇଛନ୍ତି ଗଣିତ ସାର।

ଗଣିତ ଶିକ୍ଷକ ଜଣକ ଛାତ୍ରଙ୍କୁ ପ୍ରଶ୍ନ ପଚାରିଥିଲେ। ଛାତ୍ର ଜଣକ ଉତ୍ତର ଦେଇ ନପାରିବାରୁ ତାକୁ ତଳେ କଚାଡ଼ି ଦେଇଥିଲେ ଶିକ୍ଷକ। ପରେ ଛାତ୍ର ଜଣକ କାନ୍ଦିବାରକୁ ତାକୁ ତାଙ୍କ ଘରେ ଛାଡ଼ି ଦେଇଥିଲେ।

ପରିବାର ଲୋକ ଛାତ୍ରକୁ ସ୍ଵାସ୍ଥ୍ୟକେନ୍ଦ୍ର ନେଇ ବ୍ୟାଣ୍ଡେଜ କରିଥିଲେ। ଏହି ଘଟଣାରେ ପୋଲିସରେ ମଧ୍ୟ ଅଭିଯୋଗ ହୋଇଛି। ତେବେ ଘଟଣାରେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ କହିଛି।

Comment