ଓଡ଼ିଶାଲାଇଭ୍ ବ୍ୟୁରୋ

ଚିକେନ୍‌ ଖାଇବାକୁ ସମସ୍ତେ ପସନ୍ଦ କରିଥା’ନ୍ତି। କିନ୍ତୁ କେହି କେହି ଜାଣି ନଥିବେ ଚିକେନ୍‌କୁ କେତେବେଳେ ଓ କାହା ସହ ଖାଇବା ଅନୁଚିତ୍‌। ଜାଣନ୍ତୁ ଚିକେନ୍‌ ସହ କ’ଣ ନ ଖାଇବା ଉଚିତ୍‌।

ଦହି: ଚିକେନ ସହିତ ଦହିକୁ କେବେହେଲେ ଏକାଠି ଖାଆନ୍ତୁ ନାହିଁ। କାରଣ ଚିକେନ ଶରୀରରେ ଉତ୍ତାପକୁ ବୃଦ୍ଧି କରୁଥିବାବେଳେ ଦହି ଥଣ୍ଡା କରିଥାଏ। ତେଣୁ ଏକାସାଙ୍ଗରେ ଦୁଇଟି ଯାକ ଜିନିଷକୁ ଖାଇବା ଦ୍ୱାରା ପାଚନ ତନ୍ତ୍ରର ସନ୍ତୁଳନ ବିଗିଡ଼ିଯାଏ। ଅବଶ୍ୟ ଚିକେନ କଷିବା ବା ତରକାରୀ କରିବା ସମୟରେ ଅଳ୍ପ ପରିମାଣର ଦହିକୁ ବ୍ୟବହାର କଲେ କିଛି କ୍ଷତି ନଥାଏ।

ମାଛ: ମାଛ ଏବଂ ଚିକେନ ଉଭୟରେ ପ୍ରୋଟିନର ପରିମାଣ ଖୁବ୍ ଅଧିକ ଥାଏ। ତେଣୁ ଦୁଇଟି ଯାକ ଜିନିଷକୁ ଏକାଥରେ ଖାଇବା ଦ୍ୱାରା ପ୍ରୋଟିନର ପରିମାଣ ବଢ଼ିଯାଏ। ଏପରିସ୍ଥଳେ ମେଦବହୁଳ ଏବଂ ମଧୁମେହରେ ପୀଡ଼ିତ ଲୋକମାନେ ଏ ଦୁଇଟି ଯାକ ଖାଦ୍ୟକୁ ଏକାସାଙ୍ଗରେ ଖାଇବା ଅନୁଚିତ।

କ୍ଷୀର: ଚିକେନ ସହିତ କ୍ଷୀରକୁ କେବେହେଲେ ଖାଇବା ଉଚିତ ନୁହେଁ। କାରଣ ଚିକେନରେ ଥବା ପୋଷକ ତତ୍ତ୍ୱ ସହିତ କ୍ଷୀରରେ ଥିବା ପୋଷକ ତତ୍ତ୍ୱ ମିଶି ଶରୀର ଉପରେ ପ୍ରତିକୂଳ ପ୍ରଭାବ ପକାଇଥାଏ। ସମୟ ସମୟରେ ଏହାଯୋଗୁ ପାଶ୍ୱର୍ପ୍ରତିକ୍ରିୟା ଭାବେ ବଦହଜମି, ଝାଡ଼ାବାନ୍ତି ବି ହୁଏ। ଅନ୍ୟ କିଛି ଲୋକମାନଙ୍କର ଶରୀରରେ ଆଲର୍ଜି ବାହାରିଥାଏ।

Comment