ଓଡ଼ିଶାଲାଇଭ୍ ବ୍ୟୁରୋ

ସାଧାରଣତଃ ଓଜନ ବୃଦ୍ଧି ବା ଆଣ୍ଠୁରେ ମାଡ଼ ହେବା ଯୋଗୁଁ ଆଣ୍ଠୁଗଣ୍ଠି ବ୍ୟଥା ଭଳି ସମସ୍ୟା ଦେଖାଦେଇଥାଏ। ଏମିତିରେ ଆଣ୍ଠୁରେ ଆଣ୍ଟି ଇନ୍ ଫ୍ଲାମେଟୋରି ତତ୍ୱର ଅଭାବ ହୋଇଯାଏ। ଏଥିପାଇଁ ଆମେ ସାଧାରଣତଃ ପେନ୍ କିଲର୍ ବଟିକା ଖାଇଥାଉ, ଯାହା ପରବର୍ତ୍ତୀ ସମୟରେ ଅନେକ ପାର୍ଶ୍ୱପ୍ରତିକ୍ରିୟା କରିଥାଏ। କିନ୍ତୁ କିଛି ଘରୋଇ ଉପାୟରେ ଆପଣ ଏଭଳି ସମସ୍ୟାକୁ ଏଡ଼ାଇ ପାରିବେ। ଏବଂ ଏହି ଘରୋଇ ଉପାୟର କୌଣସି ପାର୍ଶ୍ୱପ୍ରତିକ୍ରିୟା ବି ହୋଇ ନଥାଏ।

ପାଣି : ଦୈନିକ ଅତିକମରେ ୨ ଲିଟର୍ ପାଣି ପିଅନ୍ତୁ। ଏହା ଶରୀରରେ ଜଳୀୟ ଅଂଶକୁ ଠିକ୍‌ ରଖିବା ସହ ଆବଶ୍ୟକୀୟ ଭିଟାମିନ୍ ଓ ମିନେରାଲ୍ ଯୋଗାଇଥାଏ। ଫଳରେ ଆଣ୍ଠୁଗଣ୍ଠି ବ୍ୟଥା ଦୂର ହୋଇଥାଏ।

ରେଡ୍ ଓ୍ୱାଇନ୍ : ରେଡ୍ ଓ୍ଵାଇନ୍ ଆଣ୍ଠୁଗଣ୍ଠି ବ୍ୟଥା ପାଇଁ ଏକ ଭଲ ଔଷଧ। ଏଥିରେ ଆଣ୍ଟି -ଇନ୍ ଫ୍ଲାମେଟୋରି ରହିଛି। କିନ୍ତୁ ଏହାର ଅତ୍ୟଧିକ ସେବନ କରିବା ବି ଉଚିତ୍ ନୁହେଁ।

କଫି : କଫି ପିଇଲେ ଆର୍ଥରାଇଟିସ୍ ବା ଗଣ୍ଠି ଜନିତ ସମସ୍ୟା ବଢ଼େ ନାହିଁ। କଫିରେ ଥିବା ପଲିଫେନୋଲ୍ ଆଣ୍ଠୁଗଣ୍ଠିରେ ହେଉଥିବା ଜ୍ୱଳନକୁ କମ୍ କରେ।

ଗ୍ରୀନ୍ ଟି : କ୍ଷୀର ଚାହାରେ ବି ଆଣ୍ଟି-ଅକ୍ସିଡାଣ୍ଟ ରହିଛି। କିନ୍ତୁ ଗ୍ରୀନ୍ ଟି ତଥା ବ୍ଲାକ୍ ଟିରେ ଅଧିକ ପରିମାଣରେ ଆଣ୍ଟି-ଅକ୍ସିଡାଣ୍ଟ୍ ପଲିଫେନଲ୍ ରହିଥାଏ। ମୁଖ୍ୟକରି ଗ୍ରୀନ୍ ଟିରେ ଏପିଗାଲୋକାଟେକିନ୍-୩ ଗାଲାଟ୍ (ଇଜିସିଜି) ପଲିଫେନୋଲ୍ ରହିଛି ଯାହା ଅସ୍ଥିକୁ ଶକ୍ତ କରେ। କ୍ଷୀର: କ୍ଷୀରରେ ରହିଛି କ୍ୟାଲସିୟମ୍ , ଯାହା ହାଡ଼କୁ ଭିତରୁ ଶକ୍ତ କରେ ଏବଂ ଆଣ୍ଠୁଗଣ୍ଠି ବ୍ୟଥାକୁ କମ୍ କରେ।

Comment