ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାୟଗଡା:  ଜିଷ୍ଟ ଇଞ୍ଜିନିୟରିଂ କଲେଜରେ ୫୨ତମ ଇଂଜିନିୟର ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ କୋଠାବାଡ଼ି ଯନ୍ତ୍ରୀ ଜେ ଏସ୍ ଏନ୍ ମୂର୍ତ୍ତୃ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଇଞ୍ଜିନିଅର ଦିବସର ଶୁଭେଚ୍ଛା ଜଣାଇଥିଲେ।

ପରେ କଲେଜର ପରିଚାଳକ ଗୋବିନ୍ଦ ପ୍ରସାଦ ରଥ ମୁଖ୍ୟଅତିଥିଙ୍କୁ ସମ୍ମାନିତ କରିଥିଲେ। ରାୟଗଡ଼ା ସିଟିଟିସି ତାଲିମ କେନ୍ଦ୍ରର ଅଧ୍ୟାପକ ଭାରତ ଭୂଷଣ ମିଗୀ ଓ ରଘୁନାଥ ସାହୁ ଯୋଗ ଦେଇଥିଲେ।

ଜିଷ୍ଟ କଲେଜର ତିନି ଅଧ୍ୟାପକ ଓ ୧୫ ଛାତ୍ରଛାତ୍ରୀ ପ୍ରସ୍ତୁତ କରିଥିବା ଚିତ୍ର ପ୍ରସ୍ତାବନା ଉପସ୍ଥାପନ କରିଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଓ କଲେଜ ପରିଚାଳକଙ୍କ ସମିତ ଅଧ୍ୟକ୍ଷ କାଳୀ ପ୍ରସାଦ ଆଚାର୍ଯ୍ୟ, ଉପାଧ୍ୟକ୍ଷ ଶ୍ରୀନିବାସ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Comment