ଓଡ଼ିଶାଲାଇଭ ବ୍ୟୁରୋ

  • ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶୁଭାରମ୍ଭ ହେଲା ମାଗଣା ଭୋଜନ ବ୍ୟବସ୍ଥା
  • ଜିଲ୍ଲା ପ୍ରଶାସନ କଲା ସହଯୋଗ
  • ରୋଗୀଙ୍କ ଆଟେଣ୍ଡଡାଣ୍ଟ ହେଲେ ଖୁସି

(ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ବାଲେଶ୍ଵର ଜିଲ୍ଲା ସଦର ଡାକ୍ତଖାନାରେ ‘ସେବା ହିଁ ସେବା’ ଅନୁଷ୍ଠାନ ପକ୍ଷରୁ ଥାଲାସେମିଆ ରୋଗୀଙ୍କୁ ମାଗଣା ଖାଦ୍ୟ ଦିଆଯାଇଛି। ଏହି ଥାଲେମାସିଆ ରୋଗୀ ସପ୍ତାହକୁ ତିନିଥର ସୋମବାର, ଗୁରୁବାର ଓ ଶନିବାର ଡାକ୍ତରଖାନାକୁ ରକ୍ତ ନେବା ପାଇଁ ଆସିଥାନ୍ତି। ତେବେ ଏହି ଦିନ ଗୁଡ଼ିକରେ ସେମାନଙ୍କୁ ଅନଷ୍ଠାନ ପକ୍ଷରୁ ମାଗଣା ଖାଦ୍ୟ ପ୍ରଦାନ କରାଯାଇଛି।

‘ସେବା ହିଁ ସେବା’ ଅନୁଷ୍ଠାନ ମୁଖ୍ୟ ଚିକତ୍ସାଳୟରେ ଏହି ରୋଗୀମାନଙ୍କୁ ମାଗଣା ଜଳଖିଆ ବ୍ୟବସ୍ଥା ଆରମ୍ଭ କରିଛନ୍ତି। ଥାଲାସେମିଆ ରୋଗୀଙ୍କୁ ବିସ୍କୁଟ ପ୍ୟାକେଟ୍, ଫଳ ଏବଂ ଟିଫିନ ବଣ୍ଟନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ରୋଗୀଙ୍କୁ ଡାକ୍ତରଖାନା ତରଫରୁ ଖାଦ୍ୟ ଦେବାର ବ୍ୟବସ୍ଥା ଥିଲେ ମଧ୍ୟ ବର୍ତ୍ତମାନ ଖାଦ୍ୟ ଯୋଗାଇ ଦିଆଯାଉ ନାହିଁ। ତେଣୁ ଥାଲାସେମିଆ ରୋଗୀମାନେ ହସପିଟାଲର ମାଗଣା ଖାଦ୍ୟ ପାଇବାରୁ ବଞ୍ଚିତ ହୋଇଥାନ୍ତି। ଏକଥାକୁ ଧ୍ୟାନରେ ରଖି ‘ସେବା ହିଁ ସେବା’ ପକ୍ଷରୁ ମାଗଣା ଜଳଖିଆ ବ୍ୟବସ୍ଥା କରାଗଲା।

ଏନେଇ ଅନୁଷ୍ଠାନର ସଦସ୍ୟ ପ୍ରିନ୍ସ ଓ୍ଵାଲିଆ କହିଛନ୍ତି, “ଥାଲାସେମିଆ ରୋଗୀଙ୍କ ମାଆବାପା ଜାଣିଥାନ୍ତି ଯେ ସେମାନଙ୍କ ପିଲା ଏ ରୋଗରୁ ମୁକ୍ତ ହୋଇପାରିବେନି କେବେବି, ତଥାପି ପିଲାକୁ ବଞ୍ଚେଇ ରଖିବାର ଚେଷ୍ଟା ଜାରିରଖିଥାନ୍ତି। ସେମାନେ ପିଲାଙ୍କୁ ଧରି ସକାଳ ୬ଟାରୁ ପହଞ୍ଚି ଅପେକ୍ଷା କରନ୍ତି। ରେଜିଷ୍ଟ୍ରେସନ, ଫର୍ମପୂରଣ ଓ ରକ୍ତ ପରୀକ୍ଷା ଇତ୍ୟାଦି ସରିବା ପରେ ଅପରାହ୍ନ୪ଟା ହେଇଯାଏ। ଏ ପ୍ରକ୍ରିୟା ଭିତରେ ସେମାନେ ବହୁତ ହଇରାଣ ହୁଅନ୍ତି।“

ପ୍ରତ୍ୟେକ ଥର ପ୍ରାୟ ୭୦ ଜଣ ପିଲା ଆସିଥାନ୍ତି। ଏହି କାର୍ଯ୍ୟକ୍ରମରେ ସୁମନ ପଣ୍ଡା, ବଲରାମ ଜ୍ୟୋତିଷୀ, ସୁରଜ ମୁନ୍ଦ୍ରା, କିରିଟ ମଞ୍ଛର, ସତ୍ୟନାରାୟଣ ଖଣ୍ଡେଲୱାଲ, ନିର୍ମଳ ମୁର୍ଖାଜୀ, ଫକୀର ଏବଂ ପ୍ରିନ୍ସ୍‌ ୱାଲିଆ ପ୍ରମୁଖ ଉପସ୍ଥିତ ଥିଲେ। ଏହି କାମକୁ ସିଡିଏମ୍‌ ଓ ଜିଲ୍ଲାପାଳ ପ୍ରଶଂସା କରିଥିଲେ।

Comment