ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ୱର ସପ୍ତସତୀ ମନ୍ଦିର ସମ୍ମୁଖରେ ପିଓଜେର ପ୍ରଥମ ସୋ’ ରୁମ୍ ଉଦ୍‌ଘାଟିତ ହୋଇଛି। ଏହି ସୋ’ରୁମ୍‌କୁ  ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ ଉଦ୍‌ଘାଟନ କରିଥିଲେ।

୮ହଜାର ବର୍ଗଫୁଟ୍ ବିଶିଷ୍ଟ ଏହି ସୋ’ରୁମ୍‌ରେ ବିଭିନ୍ନ ପ୍ରକାର ଘର ଉପଯୋଗୀ ଫର୍ଣ୍ଣିଚର, ଅଫିସ୍ ଫର୍ଣ୍ଣିଚର, ଗାର୍ଡେନ୍ ଫର୍ଣ୍ଣିଚର ଏବଂ ମାଟ୍ରେସେସ୍ ରହିଛି। ବେଡସିଟ୍‌, ସାଇଡ୍ ଚେୟାର, ଓଡ୍ରବ୍, ଅଫିସ୍ ଚେୟାର, ଡାଇନିଂ ସେଟ୍, ଡ୍ରେସିଂ ଟେବୁଲ, ଝୁଲା, ସୋଫା ସେଟ୍ ପରି ଅନେକ ପ୍ରଡକ୍ଟ ସୁଲଭ ମୂଲ୍ୟରେ ମିଳିପାରିବ।

ଉଦ୍‌ଘାଟନୀ ଅଫର ଭାବେ ଗ୍ରାହକମାନଙ୍କୁ ୭୦ ପ୍ରତିଶତ ରିହାତି ମିଳିପାରିବ।

କମ୍ପାନିର ନିର୍ଦ୍ଦେଶକ ସନ୍ୟମ୍ ଜଲାନ୍ କହିଥିଲେ ଯେ, ତାଙ୍କର ବିହାର, ଝାଡ଼ଖଣ୍ଡ ଏବଂ କୋଲକାତାର ଶାଖା ପରି ଓଡ଼ିଶାର ଭୁବନେଶ୍ୱରଠାରେ ଏହି ସୋ’ ରୁମର ପ୍ରଡକ୍ଟ ମଧ୍ୟ ଗ୍ରାହକଙ୍କ ନିକଟତର ହୋଇପାରିବ। ଏହି ଷ୍ଟୋର ଏହାର ୨୭ତମ ଷ୍ଟୋର।

LEAVE A REPLY

Please enter your comment!
Please enter your name here