ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ

ଏପ୍ରିଲ ୨୩ରେ ତୃତୀୟ ପର୍ଯ୍ୟାୟ ଲାଗି ମତଦାନ ହେବ। ୬ଲୋକସଭା ସହ ୪୨ଟି ବିଧାନସଭା ଆସନ ଲାଗି ମତଦନା ହେବ। ଏହି ପର୍ଯ୍ୟାୟରେ ଅନେକ ହେଭିୱେଟଙ୍କ ଭାଗ୍ୟ ପରୀକ୍ଷା କରିବେ ଜନତା ଜନାର୍ଦ୍ଦନ।

ହଟ ସିଟ ଭିତରୁ ଗୋଟିଏ ହେଉଛି ଭୁବନେଶ୍ୱର ଉତ୍ତର ଆସନ। ଏହି ଆସନରୁ ଏଥର ବିଜେଡି ଟିକେଟରୁ ଲଢ଼ୁଛନ୍ତି ସୁଶାନ୍ତ ରାଉତ।

ଭୁବନେଶ୍ୱର ଉତ୍ତର ଆସନ ଲାଗି ପ୍ରାର୍ଥୀ ଘୋଷଣା ହେବା ପୂର୍ବରୁ ଚର୍ଚ୍ଚାରେ ଅନେକ ପ୍ରାର୍ଥୀଙ୍କ ନାଁ ଆସୁଥିଲା। ମାତ୍ର ଯେତେବେଳେ ବିଜେଡି ସଭାପତି ଟିକେଟ ଘୋଷଣା କଲେ ତା ପରେ ବି ପୁଣି ଚର୍ଚ୍ଚା। ତେବେ ଏ ନେଇ ଓଡ଼ିଶାଲାଇଭ ଟିମ୍ ସୁଶାନ୍ତଙ୍କ ସହ ଆଲୋଚନା କରିଥିଲା।

ଆଲୋଚନା ବେଳେ ସୁଶାନ୍ତ ନିଜ ନିର୍ବାଚନ ଓ ରାଜନୈତିକ କ୍ୟାରିୟରକୁ ନେଇ ଅନେକ କିଛି କଥା କହିଛନ୍ତି। ସୁଶାନ୍ତ କହିଛନ୍ତି,”ମୁଁ ବିଜେଡି ସହିତ ଅନେକବର୍ଷ ହେବ ରହିଛି। ଦଳ ପାଇଁ କାମ କରୁଥିଲି।”

“ମିଡିଆ ସାମ୍ନାକୁ ଆସିନଥାଏ କିନ୍ତୁ ସବୁବେଳେ ଦଳ ପାଇଁ କାମ କରିଥାଏ। ସବୁ କାର୍ଯ୍ୟକ୍ରମରେ ସାମିଲ ହୁଏ। ଦଳ ତରଫରୁ ଯାହା ନିର୍ଦ୍ଦେଶ ରହିଥାଏ ତାହାକୁ ସୁଚାରୁରୂପେ ତୁଲାଇଥାଏ” କହିଛନ୍ତି ସୁଶାନ୍ତ।

ଏହାସହିତ ସେ କହିଛନ୍ତି ୨୦୧୪ରେ ବି ମୁଁ ଆଶାୟୀ ଥିଲି। ସେତେବେଳେ ନବୀନ ପଟ୍ଟନାୟକ କହିଥିଲେ କି ଅପେକ୍ଷା କର ଠିକ ସମୟରେ ସବୁ ଠିକ ହେବ।

୨୦୧୯ ନିର୍ବାଚନ ପାର ହେବାଲାଗି କ‘ଣ ରଣନୀତି ପ୍ରସ୍ତୁତ କରିବା ପ୍ରଶ୍ନରେ ସେ କହିଛନ୍ତି, “ରଣନୀତି କିଛି ନାହିଁ। ମୁଖ୍ୟମନ୍ତ୍ରୀଙ୍କ ନାଁରେ ହିଁ ସାରା ରାଜ୍ୟରେ ଭୋଟ। ସେ ହେଉଛନ୍ତି ଆମ ବ୍ରାଣ୍ଡ। ଆମେ ହେଉଛି କେବଳ କର୍ମୀ”

ଏହା ସହିତ ସେ କହିଛନ୍ତି ଦଳ ପ୍ରତି ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଲୋକଙ୍କର ସମର୍ଥନ ରହିଛି ଯାହା ତାଙ୍କୁ ଆଗାମୀ ନିର୍ବାଚନୀ ବୈରତରଣୀ ପାର କରିବାରେ ସାହାଯ୍ୟ କରିବ। ତେବେ ଦେଖିବାର କଥା ଜନତା ଜନାର୍ଦ୍ଦନ ବହୁମତ କାହା ସପକ୍ଷରେ ଜାଉଛି।

Comment