ଓଡ଼ିଶାଲାଇଭ ବ୍ୟୁରୋ

ପୁରୀ ମଙ୍ଗୁ ମଠ ପରିଦର୍ଶନ କରିଛି ପଞ୍ଜାବର ଏକ ସ୍ଵତନ୍ତ୍ର ଟିମ୍‌। ୩ଜଣିଆ ଏହି ଟିମ୍‌ ମଠ ପରିଦର୍ଶନ କରିବା ସହ ମହନ୍ତଙ୍କ ସହ ଆଲୋଚନା କରିଛନ୍ତି। ପରେ ଜିଲ୍ଲାପାଳଙ୍କ ସହ ଆଲୋଚନା କରାଯିବ ବୋଲି ସୂଚନା ମିଳିଛି।

ମଠ ଭଙ୍ଗିବା ଖବର ଶୁଣିବା ପରେ ୩ଜଣିଆ ଏକ ସ୍ଵତନ୍ତ୍ର ଟିମ ମଠ ପରିଦର୍ଶନ ପାଇଁ ଆସିଥିଲେ। ମଠ ଭଙ୍ଗା ହେବା ଜଣିବା ପରେ ପଞ୍ଜାବରେ ଏହାକୁ ବିରୋଧ କରାଯାଇଥିଲା।

ଶ୍ରୀମନ୍ଦିରରେ ୭୫ ମିଟର ଉଚ୍ଛେଦ ପରିଧି ମଧ୍ୟରେ ଏହି ମଙ୍ଗୁ ମଠ ଆସୁଥିବାରୁ ଏହାକୁ ଭଙ୍ଗାଯିବାର ନିଷ୍ପତ୍ତି ନେଇଥିଲେ। ପରେ ଏହାକୁ ନଭାଙ୍ଗିବାକୁ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ।

ସାରା ବିଶ୍ଵ ଦ୍ଵାରା ଗୁରୁ ନାନକଙ୍କ ପ୍ରକାଶ ପର୍ବ ପାଳନ କରାଯାଉଥିବା ବେଳେ ଇତିହାସ ପ୍ରସିଦ୍ଧ ଜଗନ୍ନାଥ ସଂସ୍କୃତି ଓ ଶିଖ ଧର୍ମ ମଧ୍ୟରେ ସଂପର୍କ ସୃଷ୍ଟି କରୁଥିବା ମଙ୍ଗୁ ମଠକୁ ଭାଙ୍ଗିବା ଓଡ଼ିଶା ସରକାରଙ୍କ ପାଇଁ ଦୁର୍ଭାଗ୍ୟଜନକ କଥା ବୋଲି ଅମରିନ୍ଦର ସିଂହ ଚିଠିରେ ଲେଖିଥିଲେ।

Comment