ଓଡ଼ିଶାଲାଇଭ ବ୍ୟୁରୋ

୯ ବର୍ଷର ଜଣେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଏପରି ଏକ ଘଟଣା ଦେଖିବାକୁ ମିଳିଛି ବରଗଡ଼ ଜିଲ୍ଲା ପାଇକମାଳ ଥାନା ଅଞ୍ଚଳରେ। ନାବାଳିକାକୁ ୧୪ ବର୍ଷର ଜଣେ ନାବାଳକ ଦୁଷ୍କର୍ମ କରିଥିବା ପରିବାର ଲୋକ ଥାନାରେ ଅଭିଯୋଗ କରିଛନ୍ତି।

ନାବାଳିକା ଜଣକ ଗାଁ ପାଖ ପିଉସୀ ଘରେ ରହୁଥିଲେ। ତେବେ ଆଜି ନାବାଳକ ଜଣକ ତାଙ୍କୁ ଦୁଷ୍କର୍ମ କରିଥିବା ନେଇ ନାବାଳିକାର ପିଉସା ଓ ପିଉସୀ ଥାନାରେ ଅଭିଯୋଗ କରିଛନ୍ତି।

ତେବେ ଅଭିଯୋଗ ପାଇବା ପରେ ପୋଲିସ ନାବାଳକକୁ ଅଟକ ରଖି ପଚରା ଉଚରା ଜାରି ରଖିଛନ୍ତି। ଅନ୍ୟପକ୍ଷରେ ନାବାଳିକାକୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Comment