ଓଡ଼ିଶାଲାଇଭ ବ୍ୟୁରୋ

ଗିରଫ ହୋଇଥିବା ଡ୍ରଗ୍ସ ମାଫିଆ ସେକ ରାଜା ଘରେ ରେଡ୍‌ କରିଛି ସ୍ପେସାଲ ସ୍କ୍ଵାଡ୍‌ ପୋଲିସ। ବାଲେଶ୍ଵରସ୍ଥିତ ଅରଡ଼ ବଜାରରେ ଥିବା ରାଜାର ଘରେ ଚଢ଼ାଉ କରାଯାଇଛି। ଘରୁ ସିସିଟିଭି ସହ ବହୁ ଗୁରୁତ୍ଵପୂର୍ଣ୍ଣ ଡକ୍ୟୁମେଣ୍ଟ ଜବତ କରାଯାଇଛି।

ତେବେ ସେକ ରାଜାର ବିଦେଶୀ ଲିଙ୍କ ଥିବା ସନ୍ଦେହ କରି ମଙ୍ଗଳବାର କ୍ରାଇବାଞ୍ଚ ଖୋଳତାଡ଼ ଆରମ୍ଭ କରିଥିଲା। ଏନେଇ ପୋଲିସ ମହାନିର୍ଦ୍ଦେଶକ ବିଜୟ କୁମାର ଶାର୍ମା ସୂଚନା ଦେଇଛନ୍ତି।

ଭୁବନେଶ୍ଵର ଯଦପୁରରୁ ସେକ ରାଜାକୁ ସୋମବାର ଦିନ ପୋଲିସ ଗିରଫ କରିଥିଲା। ସେକ ରାଜା ବାଲେଶ୍ୱର ଜିଲ୍ଲା ସଦଦେବଖୁଣ୍ଟା ଥାନା ଅନ୍ତର୍ଗତ ଅରଡ଼ବଜାରର ବାସିନ୍ଦା।

Comment