ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତରେ ବର୍ତ୍ତମାନ ଯେଉଁ ମାନ୍ଦାବସ୍ଥା ଦେଖାଯାଇଛି ଓ ବିକ୍ରିବଟାରେ ଯେଉଁଭଳି ବ୍ୟାପକ ହ୍ରାସ ଘଟିଛି ତାହା ଅନ୍ତବସ୍ତ୍ର କ୍ଷେତ୍ରକୁ ମଧ୍ୟ ବ୍ୟାପିଛି। ଚଡ଼ି ଓ ଗଞ୍ଜି ବ୍ୟବସାୟରେ ଯେଉଁ ବଡ଼ ବଡ଼ କମ୍ପାନି ଅଛନ୍ତି ସେମାନେ ବ୍ୟବସାୟର ରଣନୀତି ବଦଳାଇବା ପାଇଁ ବାଧ୍ୟ ହେଉଛନ୍ତି। ଆଗକୁ ପାର୍ବଣ ଋତୁ ଥିବାରୁ ଏହି ବ୍ୟବସାୟ ସୁଧୁରୁଛି କି ନା ତାହା ଉପରେ ସମସ୍ତଙ୍କ ନଜର ରହିଛି।

ଡଲାର ଇଣ୍ଡଷ୍ଟ୍ରିଜର ପରିଚାଳନା ନିର୍ଦ୍ଦେଶକ ବିନୋଦ କୁମାର ଗୁପ୍ତା କହିଛନ୍ତି ଯେ, ତାଙ୍କ ଚାକିରି କାଳରେ ଏଭଳି ଖରାପ ଅବସ୍ଥା ସେ କେବେ ଦେଖିନଥିଲେ। ସେ କହିଛନ୍ତି ଯେ, ଅନ୍ତବସ୍ତ୍ର କିଣାବିକାରେ ହ୍ରାସ କୌଣସି ଗୋଟିଏ ଅଞ୍ଚଳରେ ସୀମିତ ନୁହେଁ। ଏହା ସମଗ୍ର ଦେଶରେ ଦେଖା ଦେଇଛି।

ସେହିଭଳି ରୁପାର ମଧ୍ୟ ଏକା ଅବସ୍ଥା। ଗଞ୍ଜି, ଚଡ଼ି ଓ ଅନ୍ୟାନ୍ୟ ସାମଗ୍ରୀର ବିକ୍ରି କମିଥିବା କାରଣରୁ କମ୍ପାନି ତାର ବ୍ୟବସାୟ କୌଶଳକୁ ବଦଳାଇବା ଆରମ୍ଭ କରିଛି। ରୁପା ଆଣ୍ଡ କମ୍ପାନିର ନିର୍ଦ୍ଦେଶକ ରମେଶ ଅଗ୍ରୱାଲଙ୍କ କହିବା ଅନୁଯାୟୀ ଏବେ ହୋଲସେଲ ଉପରେ ବେଶୀ ଗୁରୁତ୍ୱ ଦେବା ବନ୍ଦ କରି ରିଟେଲ ଉପରେ କମ୍ପାନି ଅଧିକ ଗୁରୁତ୍ଵ ଦେଉଛି। ଏଣେ ଅନ୍ୟ କମ୍ପାନିମାନେ ବିଜ୍ଞାପନ ଦେବା ବନ୍ଦ କରିଦେଇଛନ୍ତି କିମ୍ବା ଖର୍ଚ୍ଚ କାଟ ଲାଗୁ କରିଛନ୍ତି। ଚଡ଼ି ଗଞ୍ଜି ବ୍ୟବସାୟ କ୍ଷେତ୍ରରେ ଯେଉଁ ଅନିଶ୍ଚିତତା ଦେଖାଦେଇଛି ତାହା ଦେଶର ଆର୍ଥିକ ଅବସ୍ଥାର ପ୍ରକୃତ ଅବସ୍ଥାକୁ ସୁଚାଉଛି।

Comment