ଓଡ଼ିଶାଲାଇଭ ବ୍ୟୁରୋ

ଆଗକୁ ବିବାହ ସିଜିନ ଥିବାବେଳେ ଚିନ୍ତାରେ ପଡ଼ିଛନ୍ତି ଗ୍ରାହକ। ସୁନାଦର ମଙ୍ଗଳବାର ସର୍ବାଧିକ ରେକର୍ଡ ଛୁଇଁଛି। ଭୁବନେଶ୍ଵରରେ ସୁନା ଦର ୩୫ ହଜାର ଟଙ୍କାରୁ ଅଧିକ ହୋଇଛି। ୧୦ ଗ୍ରାମ ସୁନାର ମୂଲ୍ୟ ୩୫ ହଜାର ୪୦ ଟଙ୍କା ହୋଇଥିବା ବେଳେ ଏକ କିଲୋ ରୁପାର ମୂଲ୍ୟ ୪୪ ହଜାର ଟଙ୍କା ହୋଇଛି।

ସେହିପରି ଜାତୀୟ, ଅନ୍ତର୍ଜାତୀୟ ଓ ରାଜ୍ୟ ସ୍ତରରେ ସୁନା ଦର ମହଙ୍ଗା ହୋଇଛି। ଦିଲ୍ଲୀରେ ସୁନା ଦର ୩୬ ହଜାର ନିକଟରେ ପହଞ୍ଚିଛି। ମଙ୍ଗଳବାର ଦିଲ୍ଲୀରେ ସୁନାଦର ୧୦ ଗ୍ରାମ ପିଛା ୩୫ ହଜାର ୯୭୦ ଟଙ୍କାରେ ପହଞ୍ଚିଛି। ରୁପାର ଦାମ ୪୧ ହଜାର ୯୬୦ ଟଙ୍କା ହୋଇଛି।

ଗହଣା ନିର୍ମାଣ କରୁଥିବା ସଂସ୍ଥା ଗୁଡ଼ିକ ବିବାହ ସିଜିନକୁ ଆଖି ଆଗରେ ରଖି ବହୁ ପରିମାଣରେ ସୁନା କିଣୁଛନ୍ତି। ସେଥିପାଇଁ ସ୍ଥାନୀୟ ବଜାରରେ ସୁନା ଦର ମହଙ୍ଗା ହେବାରେ ଲାଗିଛି।

Comment