ଓଡ଼ିଶାଲାଇଭ ବ୍ୟୁରୋ

କୋଲକତାର ଯାଦବ ବିଶ୍ଵବିଦ୍ୟାଳୟରେ ବିରୋଧର ସାମ୍ନା କରିବାକୁ ପଡ଼ିଛି କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟଙ୍କୁ। ବିଶ୍ଵବିଦ୍ୟାଳୟରେ ଏକ ସେମିନାରରେ ଯୋଗ ଦେବାକୁ ଯାଉଥିବା ବେଳେ ଏସଏଫଆଇ ଛାତ୍ର ସଂଗଠନ ପକ୍ଷରୁ ତାଙ୍କୁ ଘେରାଉ କରାଯାଇଛି। ବାବୁଲ ସୁପ୍ରିୟଙ୍କୁ ଫେରିଯିବାକୁ ଛାତ୍ର ସଂଗଠନ ନାରା ମଧ୍ୟ ଦେଇଥିଲେ।

ଏହାସହ ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନକଡ଼ଙ୍କୁ ମଧ୍ୟ ଛାତ୍ରମାନେ ଘେରାଉ କରିଥିଲେ। ବିଶ୍ଵବିଦ୍ୟାଳୟରେ ଏବିଭିପି ଦ୍ଵାରା ଆୟୋଜିତ ଏକ ସେମିନାରରେ ବାବୁଲ ସୁପ୍ରିୟ ଓ ରାଜ୍ୟପାଳ ଯୋଗ ଦେବା ପାଇଁ ଯାଇ ଏପରି ବିରୋଧର ସାମ୍ନା ହୋଇଛନ୍ତି। ୫ ଘଣ୍ଟା ହେବ ଛାତ୍ରମାନେ ତାଙ୍କୁ ଅଟକ ରଖିଛନ୍ତି।

Comment