ଓଡ଼ିଶାଲାଇଭ୍‌ ବ୍ୟୁରୋ

କାମାକ୍ଷାନଗରରେ ୫୩ ନମ୍ବର ଜାତୀୟ ରାଜପଥ ସଂପ୍ରସାରଣ ବେଳେ ଘଟିଛି ଅଘଟଣ। ସଂପ୍ରସାରଣ ପାଇଁ ଜେସିବି ଜରିଆରେ ଘର ଭାଙ୍ଗିବା ବେଳେ କାନ୍ଥ ଭୁଶୁଡ଼ି ୭ ଜଣ ଆହତ ହୋଇପଡ଼ିଛନ୍ତି। ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି।

ତେବେ ଏହି ଘଟଣାରେ ଲୋକେ ଉତ୍ୟକ୍ତ ହୋଇ ଜେସିବିରେ ନିଆଁ ଲଗାଇଦେଇଛନ୍ତି। ଫଳରେ ଜେସିବି ସମ୍ପୂର୍ଣ୍ଣ ଭାବେ ପୋଡ଼ି ଯାଇଥିବା ସୂଚନା ମିଳିଛି।

Comment