ଓଡ଼ିଶାଲାଇଭ୍ ବ୍ୟୁରୋ

ଆପଣ କେବେ ନା କେବେ କେଉଁଠି ଜେସିବି ଗାଡ଼ି ଦେଖିଥିବେ। ଏହା ମୁଖ୍ୟତଃ ବିଭିନ୍ନ ସ୍ଥାନରେ ମାଟି ଖୋଳିବା କିମ୍ବା ଭଙ୍ଗାଭଙ୍ଗି କାମରେ ଲାଗିଥାଏ। ତେବେ ଆପଣ ଗୋଟିଏ କଥା ଜାଣିଛନ୍ତି କି? ଏହି ଜେସିବି ଗାଡ଼ିର ପୁରା ନାଁ କ’ଣ?

ଜାଣନ୍ତୁ, ଜେସିବି ଗାଡ଼ିରର ପୂରା ନାଁ କ’ଣ?

ବ୍ରିଟେନର ଏକ କମ୍ପାନି ୧୯୪୫ ମସିହାରେ ଏହି ଜେସିବି ଗାଡ଼ିକୁ ଲଞ୍ଚ କରିଥିଲା। ସେ ସମୟରେ କମ୍ପାନି ଏହି ଗାଡ଼ିର କୌଣସି ନାଁ ରଖିନଥିଲା। ବହୁ ବର୍ଷ ଧରି ବିନା ନାମରେ କମ୍ପାନି ଏହି ଗାଡ଼ିକୁ ବିକ୍ରି କରିଥିଲା।

ଶେଷରେ କମ୍ପାନି ଏହି ଗାଡ଼ିର ଆବିଷ୍କାରକ ‘ଜୋସେଫ୍ ସାୟରିଲ ବମଫୋର୍ଡ’ଙ୍କ ନାମ ଅନୁସାରେ ଏହି ଗାଡ଼ିର ନାଁ ଜେସିବି ରଖିଥିଲା। ଗାଡ଼ିର ଆବିଷ୍କାରକ ‘ଜୋସେଫ୍ ସାୟରିଲ ବମଫୋର୍ଡ’ଙ୍କ ନାଁର ପ୍ରଥମ ଅକ୍ଷରକୁ ଆଣି ଏହି ଗାଡ଼ିର ନାଁ ରଖାଯାଇଥିଲା।

କାହିଁକି ଜେସିବି ଗାଡ଼ିର ରଙ୍ଗ ହଳଦିଆ?

ଆପଣ ଗୋଟିଏ କଥା ଲକ୍ଷ୍ୟ ରଖିଥିବେ ଯେ, ଏହି ଜେସିବି ଗାଡ଼ିର ରଙ୍ଗ ସବୁବେଳେ ହଳଦିଆ ରଙ୍ଗର ହୋଇଥାଏ। ଏହା ପଛର କାରଣ କଣ ଜାଣିଛନ୍ତି କି?

ଏହି ଗାଡ଼ି ସବୁବେଳେ ବିଭିନ୍ନ ଦୁର୍ଗମ ଅଞ୍ଚଳରେ ମାଟି ଖୋଳା କିମ୍ବା ଅନ୍ୟ କୌଣସି କାମରେ ଲାଗିଥାଏ। ସେହି ଅଞ୍ଚଳରେ ଗାଡ଼ିକୁ ଦୂରରୁ ଚିହ୍ନଟ କରିବା ପାଇଁ ଏହି ହଳଦିଆ ରଙ୍ଗ ସାହାଯ୍ୟ କରିଥାଏ। ହଳଦିଆ ରଙ୍ଗ ଦୂରରୁ ଭଲଭାବେ ଦେଖାଯାଇଥାଏ। ତେଣୁ ଏହି ଜେସିବି ଗାଡ଼ିର ରଙ୍ଗ ହଳଦିଆ ରଖାଯାଇଥାଏ।

Comment