ଓଡ଼ିଶାଲାଇଭ୍ ବ୍ୟୁରୋ

ନାଲକୋ କପ୍ ରାଜ୍ୟ ହକି ଚାମ୍ପିୟନସିପରେ ସାଇ ସୁନ୍ଦରଗଡ଼ ଚାମ୍ପିୟନ ହୋଇଛି। ଗୁରୁବାର କଟକ ବାରବାଟୀ ଷ୍ଟାଡିୟମରେ ଖେଳାଯାଇଥିବା ଫାଇନାଲ ମ୍ୟାଚରେ ଇଷ୍ଟକୋଷ୍ଟ ରେଲୱେକୁ ହରାଇ ଚାମ୍ପିୟନ ହୋଇଛି ସାଇ ସୁନ୍ଦରଗଡ଼।

ଫାଇନାଲ ମ୍ୟାଚରେ ଦୁଇଦଳ ମଧ୍ୟରେ ଖେଳାଯାଇଥିବା ଏହି ମ୍ୟାଚ୍ ବେଶ୍ ସଂଘର୍ଷପୂର୍ଣ୍ଣ ଥିଲା। ପ୍ରତିପକ୍ଷ ଦଳକୁ ଗୋଲ କରାଇନଦେବା ପାଇଁ ଉଭୟ ଦଳ ମୁଖତଃ ଡିଫେନ୍ସ ଉପରେ ଗୁରୁତ୍ୱ ଦେଇଥିବା ଲକ୍ଷ୍ୟ କରାଯାଇଥିଲା। ସେଥିପାଇଁ ଖେଳର ପ୍ରଥମ ଦୁଇ କ୍ୱାର୍ଟର ଗୋଲ ଶୂନ ରହିଥିଲା।

ଏହାପରେ ତୃତୀୟ କ୍ୱାର୍ଟରରେ ସାଇ ସୁନ୍ଦରଗଡ଼ ଦଳ ଅମିତ ରୋସନ ଲାକ୍ରା ପ୍ରଥମ ଗୋଲ ଦେଇଥିଲେ। ଖେଳର ୪୩ ମିନିଟରେ ସେ ମ୍ୟାଚର ପ୍ରଥମ ଗୋଲ୍ ଦେଇଥିଲେ। ଏହାପରେ ମ୍ୟାଚରେ ଆଉ କୌଣସି ଗୋଲ ହୋଇନଥିଲା। ଫଳରେ ୧-୦ ଗୋଲରେ ଇଷ୍ଟକୋଷ୍ଟ ରେଲୱେ ଦଳକୁ ହରାଇ ସାଇ ସୁନ୍ଦରଗଡ଼ ଦଳ ଚାମ୍ପିୟନ ହୋଇଥିଲା।

ଫାଇନାଲ ମ୍ୟାଚ୍ ପରେ ଆୟୋଜିତ ଉଦଯାପନୀ ଉତ୍ସବରେ ହକି ଓଡ଼ିଶାର ସଭାପତି ତଥା ପୂର୍ବତନ ବିଚାରପତି ଜଷ୍ଟିସ୍ ଏ.ଏସ୍.ନାଇଡୁଙ୍କ ସହ କଟକ- ବାରବାଟୀ ବିଧାୟକ ମହମ୍ମଦ ମୋକିମ୍ , ସିଏମସି କମିଶନର ଅନନ୍ୟା ଦାସ, ନାଲକୋ ନିର୍ଦ୍ଦେଶକ ଭି.ବାଲା ସୁବ୍ରମଣ୍ୟମ ପ୍ରମୁଖ ଯୋଗ ଦେଇ ଦଳକୁ ପୁରସ୍କୃତ କରିଥିଲେ।

Comment