ଓଡ଼ିଶାଲାଇଭ୍ ବ୍ୟୁରୋ

ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ କ୍ରିକେଟ କ୍ୟାରୟରକୁ ନେଇ କଳ୍ପନାଜଳ୍ପନାର ଅନ୍ତ ଘଟୁନି। ଟିମ୍ ଇଣ୍ଡିଆର ଭବିଷ୍ୟତକୁ ଆଖିଆଗରେ ଧୋନିଙ୍କ ବିକଳ୍ପ କଥା ଚିନ୍ତା କରାଯାଉଛି ବୋଲି ଅନେକ ବିସିସିଆଇ କର୍ମକର୍ତ୍ତା କହିସାରିଲେଣି। ତେବେ କିଏ ନେବ ଟିମ୍ ଇଣ୍ଡିଆରେ ଧୋନିଙ୍କ ସ୍ଥାନ? ଟିମ୍ ଇଣ୍ଡିଆ ପାଇଁ କିଏ କରିବ ଧୋନିଙ୍କ ଭଳି ୱିକେଟ କିପିଂ ଓ ବ୍ୟାଟିଂ?

ଆସନ୍ତୁ ନଜର ପକାଇବା ସେମିତି କିଛି ଖେଳାଳିଙ୍କ ଉପରେ…

ରିଶବ ପନ୍ତ

ଧୋନିଙ୍କ ପରେ ତାଙ୍କର ଉତ୍ତରାଧିକାରୀଙ୍କ ଲିଷ୍ଟରେ ପ୍ରଥମ ସ୍ଥାନରେ ଅଛନ୍ତି ଦିଲ୍ଲୀର ଯୁବ କ୍ରିକେଟର୍ ରିଶବ ପନ୍ତ। ଆଇପିଏଲରେ ଚତ୍ମକାର ପ୍ରଦର୍ଶନ ଓ ୱିକେଟ କିପିଂ କରି ସେ ଭାରତୀୟ ଦଳରେ ସ୍ଥାନ ପାଇଥିଲେ। ଏହାସହ ୨୦୧୯ କ୍ରିକେଟ ବିଶ୍ୱକପରେ ସେ ରିଜର୍ଭ ଖେଳାଳି ଭାବରେ ମଧ୍ୟ ରହିଥିଲେ। ତେବେ ଲଗାତାର ଭାବରେ ଅନ୍ତର୍ଜାତୀୟ ମ୍ୟାଚରେ ବିଫଳ ହେବାରେ ଲାଗିଛନ୍ତି ପନ୍ତ। ଭାରତୀୟ ଦଳରେ ଚାରି ନମ୍ବରରେ ବ୍ୟାଟିଂ କରୁଥିବା ରିଶବ ପନ୍ତ ସେଭଳି କୌଣସି ଆଖିଦୃଶିଆ ପ୍ରଦର୍ଶନ କରିପାରିନାହାନ୍ତି।

ଇଶାନ କିଶାନ

ଦଳରେ ବେଶୀ ସମୟ ପାଇଁ ସ୍ଥାନ ପାଇନଥିଲେ ମଧ୍ୟ ଧୋନୀଙ୍କ ସ୍ଥାନ ନେବା ପାଇଁ ବେଶ ଦାବିଦାର ହେଉଛନ୍ତି  ଇଶାନ କିଶନ। ଆଇପିଏଲରେ ମୁମ୍ଵାଇ ଇଣ୍ଡିଆନ୍ସ ପକ୍ଷରୁ ତାଙ୍କର ପ୍ରଦର୍ଶନ ଚମତ୍କାର ରହିଥିଲା। ଏହାସହ ସେ ପୂର୍ବରୁ ଭାରତୀୟ ଦଳରେ ମଧ୍ୟ ସ୍ଥାନ ପାଇ ସାରିଛନ୍ତି। ଯଦି ଆଗାମୀ ଦିନରେ ସେ ଦଳକୁ ଫେରନ୍ତି ଓ ତାଙ୍କ ସ୍ଥାନ ପକ୍କା କରନ୍ତି ତେବେ ଧୋନୀଙ୍କ ସ୍ଥାନ ନେବାକୁ ସେ ଦାବିଦାର ହେବେ

ସଞ୍ଜୁ ସାମସନ୍

ଘରୋଇ କ୍ରିକେଟରେ ଲଗାତାର ଭାବରେ ଭଲ ପ୍ରଦର୍ଶନ କରି ସମସ୍ତଙ୍କର ଆକର୍ଷଣ ପାଲଟିଛନ୍ତି କ୍ରିକେଟର ସଞ୍ଜୁ ସାମସନ୍। ଆଇପିଏଲରେ ମଧ୍ୟ ତାଙ୍କର ପ୍ରଦର୍ଶନ ଉନ୍ନତ ଧରଣର ଥିଲା। ଆଇପିଏଲ ଦଳ ରାଜସ୍ଥାନ ରୟାଲ୍ସ ପଟରୁ ଖେଳି ସେ ଦୃତଗତିରେ ରନ୍ ମଧ୍ୟ ସଂଗ୍ରହ କରିପାରିଥିଲେ। ବ୍ୟାଟିଂ ସହ ତାଙ୍କ ପାଖରେ ୱିକେଟ୍ କିପିଂର ମଧ୍ୟ ଭଲ ଅଭିଜ୍ଞତା ରହିଛି। ତେଣୁ ସଞ୍ଜୁ ସାମସନଙ୍କୁ ମଧ୍ୟ ଧୋନିଙ୍କ ଉତ୍ତରାଧିକାରୀ ବୋଲି ବିବେଚନା କରାଯାଉଛି।

କେଏଲ ରାହୁଲ

ଭାରତୀୟ କ୍ରିକେଟ ଦଳର ଉଦୀୟମାନ ଖେଳାଳିମାନଙ୍କ ମଧ୍ୟରେ କେ.ଏଲ୍ ରାହୁଲଙ୍କ ନାମ ଆଗରେ ରହିବ। ଆଇପିଏଲରେ ପଞ୍ଜାବ ଦଳ ପକ୍ଷରୁ ଚମତ୍କାର ପ୍ରଦର୍ଶନ କରିଥିଲେ। ତାଙ୍କ ପାଖରେ ଓପନିଂ ବ୍ୟାଟିଂ ସହ ୱିକେଟକିପିଂ କରିବାର ଦକ୍ଷତା ମଧ୍ୟ ଅଛି। ଆଇପିଏଲର କେତୋଟି ମ୍ୟାଚରେ ମଧ୍ୟ ସେ ୱିକେଟକିପିଂ କରିସାରିଛନ୍ତି।

Comment