ଓଡ଼ିଶାଲାଇଭ୍ ବ୍ୟୁରୋ

ଫରଚ୍ୟୁନ୍ ଇଣ୍ଡିଆ ମାଗାଜିନ୍‌ର ‘ମୋଷ୍ଟ୍ ପାଓ୍ଵାରଫୁଲ୍ ଓମେନ୍-୨୦୧୯’ ସବୁଠୁ ଶକ୍ତିଶାଳୀ ମହିଳା ତାଲିକାରେ ସାମିଲ ହୋଇଛନ୍ତି ବଲିଉଡର ବବ୍‌ଲି ଅଭିନେତ୍ରୀ ଅନୁଷ୍କା ଶର୍ମା। ଟପ୍ ୫୦ ତାଲିକାରେ ସବୁଠାରୁ ଯୁବ ମହିଳା ହେଲେ ଅନୁଷ୍କା।

୨୦୦୮ରେ ‘ରବ୍ ନେ ବନାଦି ଯୋଡ଼ି’ ଫିଲ୍ମ ଜରିଆରେ ବଲିଉଡରେ ଏଣ୍ଟ୍ରି କରିଥିବା ଅନୁଷ୍କାଙ୍କ ସ୍ଥାନ ୩୯ ତାଲିକାରେ ରହିଛି। କମ୍ ବୟସରୁ ଜଣେ ସଫଳ ଅଭିନେତ୍ରୀ ଆଉ ପ୍ରଯୋଜିକା ଭାବେ ପରିଚୟ ସୃଷ୍ଟି କରି ପାରିଥିବାରୁ ଏହି ତାଲିକାରେ ତାଙ୍କ ନାମ ରହିଛି।

ବ୍ୟାପାରରେ ଉତ୍ତମ ଗୁଣ କୌଶଳ ଏବଂ ସାମାଜିକ ପ୍ରଭାବକୁ ଦୃଷ୍ଟିରେ ରଖି ଫରଚ୍ୟୁନ୍ ଆନୁଆଲ୍ ରାଙ୍କିଂ ତଥା ‘ମୋଷ୍ଟ ପାଓ୍ୱାରଫୁଲ୍ ଓମେନ୍’ ତାଲିକା ପ୍ରସ୍ତୁତ କରାଯାଏ।

ଅନୁଷ୍କା ନ କେବଳ ପୋଷାକର ବ୍ରାଣ୍ଡଆମ୍ବାସାଡର ନୁହେଁ, ସେ ନିଭିଆ, ଏଲ୍-୧୮, ମିନ୍ତ୍ରା ଆଉ ଲାଭିର ବି ବ୍ରାଣ୍ଡ ଆମ୍ବାସାଡର।

ମାତ୍ର ୨୫ ବର୍ଷ ବୟସରେ ପ୍ରଯୋଜକ ଭାବେ ନିଜର ପରିଚୟ ସୃଷ୍ଟି ପରିପାରିଛନ୍ତି ସେ। ଏନ୍ ଏଚ-୧, ଫିଲୋରୀ, ପରି ଏହି ୩ଟି ଫିଲ୍ମର ପ୍ରଯୋଜନା କରିଛନ୍ତି ଅନୁଷ୍କା। ପ୍ରତିଟି ଫିଲ୍ମ ବକ୍ସ ଅଫିସରେ ପ୍ରାୟ ୪୦ କୋଟିର ବ୍ୟାପାର କରିପାରିଛି।

ଏହାଛଡ଼ା ସେ ନେଟଫ୍ଲିକ୍ସରେ ପ୍ରସାରିତ ଫିଲ୍ମ ‘ବୁଲ୍ ବୁଲ୍’ ଏବଂ ଓ୍ୱେବ୍‌ସିରିଜ୍ ‘ମାଇ’ ର ପ୍ରଯୋଜକ।

ବର୍ତ୍ତମାନ ସେ ଆମାଜନ୍ ପ୍ରାଇମ୍ ଭିଡିଓର କେତେଗୁଡ଼ାଏ ଓ୍ୱେବ୍‌ ସିରିଜ୍ ପାଇଁ ବି ପ୍ରଯୋଜନା କରୁଛନ୍ତି ବୋଲି ଫର୍‌ଚ୍ୟୁନ୍ ଇଣ୍ଡିଆ ପତ୍ରିକାରେ ପ୍ରକାଶ ପାଇଛି।

Comment