ଓଡ଼ିଶାଲାଇଭ୍ ବ୍ୟୁରୋ

 

୧୯୯୯ ମସିହାରେ ଅଷ୍ଟ୍ରେଲିୟା ମିଶନାରୀ ଗ୍ରାହମ ଷ୍ଟେନ୍ସ ଓ ତାଙ୍କର ଦୁଇ ନାବାଳକ ପୁତ୍ରଙ୍କୁ ପୋଡ଼ି ଦେଇଥିବା ଘଟଣାରେ ଫେରାର ଥିବା ଦାରା ସିଂହର ଜଣେ ସହଯୋଗୀକୁ ସିବିଆଇ ଗିରଫ କରିଛି। ଅଭିଯୁକ୍ତ ଜଣକ ହେଲେ ବୁଦ୍ଧଦେବ ନାୟକ।

କଲିକତାରୁ ଏକ ସିବିଆଇ ଟିମ୍‌ ଆସି ଠାକୁରମୁଣ୍ଡା ଥାନା ପୋଲିସ ସହାୟତାରେ ଭରାଣ୍ଡିହା ଗ୍ରାମପଞ୍ଚାୟତର ନିଶ୍ଚିତପୁର ଗ୍ରାମରୁ ତାଙ୍କର ଘରୁ ଗିରଫ କରିଛି। ଗିରଫ ପରେ ତାଙ୍କୁ ଭୁବନେଶ୍ୱର ଅଣାଯାଇଛି।

ତେବେ ୧୯୯୯ ମସିହା ଜାନୁଆରି ୨୨ରେ କେନ୍ଦୁଝର ଆନନ୍ଦପୁର ଥାନା ମନୋହରପୁର ଗ୍ରାମ ଚର୍ଚ୍ଚ ସମ୍ନାରେ ଅଷ୍ଟ୍ରେଲିୟା ମିଶନାରୀ ଗ୍ରାହମ ଷ୍ଟେନ୍ସ ଓ ତାଙ୍କର ଦୁଇ ନାବାଳକ ପୁତ୍ରଙ୍କୁ ଦାରା ସିଂହ ଓ ତାର ସହଯୋଗୀମାନେ ଜୀଅନ୍ତା ଜାଳି ଦେଇଥିଲେ। ଏହାପରେ ଦାରା ସିଂହଙ୍କ ସହଯୋଗୀମାନେ ଫେରାର ଥିଲେ।

Comment