ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଦେଶରେ ତାଲା ପଡ଼ିଥିବାରୁ ରାମାନନ୍ଦ ସାଗରଙ୍କ ‘ରାମାୟଣ’କୁ ପୁନଃପ୍ରସାରଣ କରାଯାଇଥିଲା। ଏହି ସମୟରେ ‘ରାମାୟଣ’ର ସୁଟିଂ ସହ ଜଡିତ ଅନେକ କଥା ସାମ୍ନାକୁ ଆସିଥିଲା। ଏହାରି ମଧ୍ୟରେ ଏକ ଖାସ୍‌ କଥା ଜଣାପଡ଼ିଥିଲା। କଥା ଟା ହେଲା  ‘ରାମାୟଣ’ରେ ହନୁମାନ’ ଭୂମିକାରେ ଅଭିନୟ କଲାବେଳେ ଦାରା ସିଂ ଆମିଷ ଖାଇବା ଛାଡ଼ି ଦେଇଥିଲେ। ଏହା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ।

ଏକ ସାକ୍ଷାତକାରରେ ତାଙ୍କ ପୁଅ ବିନ୍ଦୁ ଦାରା ସିଂ ନିଜେ ଏହା କହିଥିଲେ।  ସେ ଆହୁରି ମଧ୍ୟ କହିଥିଲେ ଯେ ରାମାୟଣ ସୁଟିଂ ପରେ ଦାରା ସିଂ ଯେବେ ଷ୍ଟୁଡିଓରୁ ବାହାରକୁ ଆସନ୍ତି ଲୋକମାନେ ତାଙ୍କ ପାଦ ଛୁଇଁବାକୁ ଅପେକ୍ଷା କରି ରହିଥାନ୍ତି।

ଆଜି ଦାରା ସିଂ ଆମ ଗହଣରେ ନାହାଁନ୍ତି, କିନ୍ତୁ ‘ରାମାୟଣ’ରେ ଅଭିନୟ କରିଥିବା’ ହନୁମାନ’ର ଚରିତ୍ର ଲୋକଙ୍କ ମନରେ ଏବେ ସତେଜ ରହିଛି। ଏହି ଚରିତ୍ରରେ ଅଭିନୟ କରି ସାରାଦେଶରେ ଲୋକପ୍ରିୟତା ହାସଲ କରିଥିଲେ ସେ। ଦାରା ସିଂ ଏତେ ପ୍ରସିଦ୍ଧ ଥିଲେ ଯେ ଲୋକମାନେ ତାଙ୍କୁ ‘ହନୁମାନ’ ଭାବରେ ପୂଜା କରିବା ଆରମ୍ଭ କରିଥିଲେ। ସିରିଏଲ ବ୍ୟତୀତ ଦାରା ସିଂ ଅନେକ ବଲିଉଡ ଫିଲ୍ମରେ ମଧ୍ୟ କାମ କରିଥିଲେ।

Comment