ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ରାମାନନ୍ଦ ସାଗରଙ୍କ ରାମାୟଣରେ ଏକ ସିନ୍‌ ସୁଟିଂ ବେଳେ ମନ୍ଥରା ଭୂମିକାରେ ଅଭିନୟ କରିଥିବା ଲଳିତା ପାଓ୍ୱାରଙ୍କ ପାଦ ନିଆଁରେ ଜଳିଯାଇଥିଲା। ତଥାପି ସେ ସୁଟିଂ ଜାରି ରଖିଥିଲେ।

ବଲିଉଡରେ ଲଳିତା ପାୱାରଙ୍କୁ କିଏ ବା ନ ଜାଣେ। କେତେବେଳେ ନେଗେଟିଭ୍‌ ରୋଲ୍‌ ତ କେତେବେଳେ ପଜିଟିଭ୍‌ ରୋଲ୍‌ ସବୁଥିରେ ସେ ତାଙ୍କ ଅଭିନୟ ଦେଖାଇଥିଲେ। ଏହା ବ୍ୟତୀତ ସେ ରାମାନନ୍ଦ ସାଗରଙ୍କ ଲୋକପ୍ରିୟ ସିରିଏଲ ରାମାୟଣରେ ମନ୍ଥରା ଭୂମିକାରେ ନଜର ଆସିଥିଲେ। ଏହି ଭୂମିକାରେ ଲଳିତା ପାୱାରଙ୍କୁ ମଧ୍ୟ ପ୍ରଶଂସା କରାଯାଇଥିଲା। ସବୁଠୁ ଖାସ କଥା ଏବେ ସିରିଏଲର ସୁଟିଂ ସହ ଜଡିତ ଅନେକ କଥା ବାହାରକୁ ଆସୁଛି| ଆପଣ ଜାଣ ଆଶ୍ଚର୍ଯ୍ୟ ହେବେ ସୁଟିଂ ବେଳେ ଲଳିତା ପାଓ୍ୱାରଙ୍କ ପାଦ ନିଆଁରେ ଜଳିଯାଇଥିଲା। ତଥାପି ସେ ସୁଟିଂ ଜାରି ରଖିଥିଲେ।

ରାମାୟଣରେ ଲକ୍ଷ୍ମଣଙ୍କ ଭୂମିକାରେ ଅଭିନୟ କରୁଥିବା ଅଭିନେତା ସୁନୀଲ ସୋସିଆଲ ମିଡିଆ ମାଧ୍ୟମରେ ସୋ ସହ ଜଡିତ ଅନେକ କଥା ତାଙ୍କ ପ୍ରଶଂସକଙ୍କ ସହ ସେୟାର କରୁଛନ୍ତି। ସେ ଲଲିତା ପାୱାରଙ୍କ ସହ ଜଡ଼ିତ ଗୋଟିଏ କଥା ମଧ୍ୟ ସେୟାର କରିଛନ୍ତି।

ସୁନିଲଙ୍କ କହିବା ଅନୁସାରେ ଯେତେବେଳେ ପ୍ରଭୁ ରାମ ଅଯୋଧ୍ୟାକୁ ଫେରିବା ଦୃଶ୍ୟ ସୁଟିଂ କରାଯାଉଥିଲା ସେତେବେଳେ ପୂରା ସେଟରେ ଦୀପ ଜଳାଯାଇଥିଲା।  ଲଳିତା ପାଓ୍ୱାର ଉତ୍ସାହର ସହିତ ଏହି ସୁଟିଂ କରୁଥିଲେ। ସେହି ସମୟରେ ଭୁଲରେ ଦୀପ ଉପରେ ପାଦ ଦେଇଥିଲେ, ଯେଉଁଥିପାଇଁ ତାଙ୍କର ଦୁଇ ପାଦ ଜଳି ଯାଇଥିଲା।  ତଥାପି ସେ ବିଶ୍ରାମ ନକରି ସୁଟିଂ ଜାରି ରଖିଥିଲେ। ସେ ଆହତ ବୋଲି କାହାକୁ ଜଣେଇବାକୁ ଦେଇନଥିଲେ। ଯାହା ପରବର୍ତ୍ତୀ ସମୟରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା।

Comment